centurian jitm

କୀର୍ତ୍ତି-କୃତିତ୍ତ୍ୱ ପାଇଁ ରାଜାସାହେବ କୈଳାଶ ଚନ୍ଦ୍ର ଦେଓଙ୍କୁ ଛତ୍ରପୁରଠାରେ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତାଡେପଲ୍ଲୀ ସାହିସ୍ଥ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପୃଷ୍ଠପୋଷାକ ରାଜାସାହେବ କୈଳାସ ଚନ୍ଦ୍ର ଦେଓଙ୍କୁ ସମ୍ମାନିତ କରାଯାଇଛି । ଦୀର୍ଘ ୫୫ ବର୍ଷ ଧରି ଚିକିଟି ରାଜବଂଶର ସ୍ୱର୍ଗତ କିଶୋର ଚନ୍ଦ୍ର ରାଜେନ୍ଦ୍ର ଦେଓଙ୍କ ପୌତ୍ର କୈଳାଶ ଚନ୍ଦ୍ର ଦେଓ ଛତ୍ରପୁରର ରାଜା ଭାବେ ନିରବଚ୍ଛିନ୍ନ ଭାବେ ସେବା ପ୍ରଦାନ କରି ଆସୁଛନ୍ତି । ଏହି ଉଦ୍ଦେଶ୍ୟରେ ଉକ୍ତ ରାଜପରିବାର ପକ୍ଷରୁ ମନ୍ଦିରକୁ ସେବା ପ୍ରଦାନ ଦେବାର ୧୦୦ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ଛତ୍ରପୁର ଜନସାଧାରଣ ଓ ଜଗନ୍ନାଥ ପ୍ରେମୀ ଭକ୍ତଗଣଙ୍କ ତରଫରୁ ଶ୍ରୀଗୁଣ୍ଡିଚା ଦିନ ପହଣ୍ଡି ପୂର୍ବରୁ ରାଜା କୈଳାଶ ଚନ୍ଦ୍ର ଦେଓଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ମାନପତ୍ର ସହ ଉପଢୌକନ ଦେଇ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା କରାଯାଇଛି । ଛତ୍ରପୁର ଜାତୀୟ ରାଜପଥର କଲେଜ ଛକଠାରୁ ଘଣ୍ଟ, ବାଦ୍ୟ, ଶଙ୍ଖ ଓ କାହାଳୀ ଆଦି ନାନା ବାଦ୍ୟ ଧ୍ୱନି ମାଧ୍ୟମରେ ରାଜାଙ୍କୁ ଏକ ଶୋଭାଯାତ୍ରାରେ ମନ୍ଦିର ପର୍ଯ୍ୟନ୍ତ ରାଜାସାହେବଙ୍କୁ ପାଚ୍ଛୋଟି ଅଣା ଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା ସମାରୋହରେ ମନ୍ଦିର ପରିଚାଳନା କମିଟି ପରିଷଦ ବର୍ଗ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ସର୍ବଶ୍ରୀ ଆଦିକନ୍ଦ ପାଣିଗ୍ରାହୀ, ଇଂ.ରାମଚନ୍ଦ୍ର ପଟ୍ଟନାୟକ, ରମାକାନ୍ତ ଚୌଧୁରୀ, ସୁଧୀର ରଥ ମନ୍ଦିର ଟ୍ରଷ୍ଟର ସଦସ୍ୟବୃନ୍ଦ ପ୍ରମୁଖ ପୂର୍ଣ୍ଣ-ସହଯୋଗ କରିଥିଲେ ।

ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତିଙ୍କ ସମେତ ରାଜ ପରିବାରର ସଦସ୍ୟ ବୃନ୍ଦ ଅମ୍ରିତା ଦେଓ, ଲିଖିତ ନାୟକ ଓ ଅନମୋଲ ଛାବ୍ରିଆଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଛି । ଛତ୍ରପୁର ରାଜା ଘର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ-ମୁଖ୍ୟ ଜଗବନ୍ଧୁ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ ମହାନ୍ତି ସଂଯୋଜନା କରିଥିଲେ । ସର୍ଵଶ୍ରୀ ଅସୀତ ପଟ୍ଟନାୟକ, ଭାଗବତ ମହାପାତ୍ର, ଗୋବିନ୍ଦ ମିଶ୍ର, ଦାଶରଥି ନେପାକ, ରାଜେନ୍ଦ୍ର ପାଣିଗ୍ରାହୀ, ନିରଞ୍ଜନ ତ୍ରିପାଠୀ, ସୁରେନ୍ଦ୍ର ପାଢୀ, ମନୋରଞ୍ଜନ ସେନାପତି, କୃଷ୍ଣ ଚନ୍ଦ୍ର ସାହୁ, ଏନ୍. ଜଗଦୀଶ ରାଓ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଠାରେ ସ୍ମରଣଯୋଗ୍ୟ ଯେ’ ୧୯୨୦ ମସିହାରେ ଚିକିଟି ରାଜବଂଶର ତତ୍କାଳୀନ ରାଜା ସ୍ୱର୍ଗତ କିଶୋର ଚନ୍ଦ୍ର ରାଜେନ୍ଦ୍ର ଦେଓଙ୍କ ସାନଭାଇ ସ୍ୱର୍ଗତ ଦୁର୍ଗା ମାଧବ ଦେଓ ଛତ୍ରପୁର ଆସି ଅବସ୍ଥାନ କରିବା ସହ ଜଗନ୍ନାଥ ମନ୍ଦିରର ପୃଷ୍ଠପୋଷକତା ଓ ପରିଚାଳନା ଭାର ବହନ କରିଥିଲେ । ସେହିଦିନ ଠାରୁ ଏହି ମନ୍ଦିର ରାଜା ଘର ମନ୍ଦିର ନାମରେ ପ୍ରଚଳିତ ହୋଇଆସିଛି । ୧୯୨୦ରୁ ୧୯୫୩ ପର୍ଯ୍ୟନ୍ତ ୩୩ ବର୍ଷ ସ୍ୱର୍ଗତ ଦୁର୍ଗା ମାଧବ ଦେଓ ପରିଚାଳନା ସେବା ଭାର ବହନ କରିଥଲେ । ତାଙ୍କ ପରେ ତାଙ୍କ ପୁତ୍ର ସ୍ୱର୍ଗତଃ ରାମଚନ୍ଦ୍ର ଦେଓ ୧୯୫୩ରୁ ୧୯୬୭ ପର୍ଯ୍ୟନ୍ତ ୧୪ ବର୍ଷ ଏବଂ ପରେ ୧୯୬୭ରୁ ଅଦ୍ୟାବଧି ୫୫ ବର୍ଷ ଧରି କୈଳାଶ ଚନ୍ଦ୍ର ଦେଓ ଛତ୍ରପୁର ରାଜା ଭାବେ ସେବା ପ୍ରଦାନ କରି ଆସୁଛନ୍ତି । ୨୦୦୪ ମସିହାରେ ମନ୍ଦିରର ସମ୍ପୂର୍ଣ୍ଣ ନବୀକରଣ, ୨୦୧୫ ମସିହାରେ ଠାକୁରଙ୍କ ନବକଳେବର ଓ ସ୍ୱର୍ଣ୍ଣ ଆଭୂଷଣ ନିର୍ମାଣ, ମନ୍ଦିରର ମୁଖ୍ୟ ଦ୍ୱାର ଉଭୟ ପାର୍ଶ୍ୱରେ ମୁକୁଟ ସିଂହ ସ୍ଥାପନ ଏବଂ ଚଳିତବର୍ଷ ନବନିର୍ମିତ ଲକ୍ଷ୍ମୀ ପ୍ରସାଦ ମଣ୍ଡପ ପାଇଁ ନିଜ ଜେଜେବାପା ସ୍ୱର୍ଗତ ଦୁର୍ଗା ପ୍ରସାଦ ଦେଓଙ୍କ ସ୍ମୃତିରେ ପାକଶାଳା ନିର୍ମାଣ କରିଛନ୍ତି । ସର୍ବୋପରି ରାଜାସାହେବ କୈଳାଶ ଚନ୍ଦ୍ର ଦେଓଙ୍କ କୀର୍ତ୍ତି କୃତୀତ୍ତ୍ୱ ଅଟେ ବୋଲି ଏଠାରେ ବର୍ଣ୍ଣନା କରାଯାଇଛି ।

Leave A Reply

Your email address will not be published.