oom

ପାରୁଅଭାଡ଼ି ସରକାରୀ ପ୍ରାଥମିକ ସ୍କୁଲ ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପାରୁଅଭାଡ଼ି ସରକାରୀ ପ୍ରାଥମିକ ସ୍କୁଲ ଠାରେ ସୁଧୀର ଦେଓ ଓଉପେନ୍ଦ୍ର ମେହେରଙ୍କ ଆବାହନ କ୍ରମେ ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ସଂକୀର୍ତ୍ତନ ବାଗଙ୍କୁ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଶତାଧିକ ଶିକ୍ଷକଙ୍କ ଉପସ୍ଥିତିରେ ବିଇଓ ଅଫିସ କର୍ମଚାରୀଙ୍କୁ ନିମନ୍ତ୍ରିତ କରି ଏକ ବିରାଟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅବସର ଗ୍ରହଣ କରିଥିବା ବିଇଓ ଶ୍ରୀ ବାଗଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ତାଙ୍କର କର୍ମ, ନିଷ୍ଠା, ବଳିଷ୍ଠ ବ୍ୟକ୍ତିତ୍ୱ ଉପରେ ଆଲୋଚନା କରାଯାଇଥିଲା । ତେବେ ଏକ ବିରାଟ ସମ୍ବର୍ଦ୍ଧନା ସଭା କରିବା ଉଦେଶ୍ୟରେ ପୂର୍ବରୁ ଏଥିରେ ଶତାଧିକ ଶିକ୍ଷକଙ୍କ ଉପସ୍ଥିତି ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ସମସ୍ତ ଷ୍ଟାଫ୍ କର୍ମଚାରୀଙ୍କୁ ଶିକ୍ଷକ ସଂଘ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ଏଥିରେ ବ୍ଳକ ଶିକ୍ଷକ ସଂଘର କୈଳାଶ କର୍ତ୍ତି, ହେମନ୍ତ ସାହୁ, ଜୟଦେବ ବିଶିଙ୍କ ସମେତ ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ହରେକୃଷ୍ଣ ରଥ, ଦେବଦତ୍ତ ମେହେର, ଅନୁପମା ପ୍ରହରାଜ, ବେଲାରସେନ ସାହୁଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.