ବଡଟିକା ଧରଣୀଧର ହାଇସ୍କୁଲର ପ୍ରଧାନ ଶିକ୍ଷକ ରୋହିତ କୁମାର ଭୋଇଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ବଡଟିକା ସ୍ଥିତ ଧରଣୀଧର ହାଇସ୍କୁଲର ପ୍ରଧାନ ଶିକ୍ଷକ ରୋହିତ କୁମାର ଭୋଇଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ହାଇସ୍କୁଲ ତରଫରୁ ଆୟୋଜିତ ଏହି ସମାରୋହରେ ଗ୍ରାମର ଗୌନ୍ତିଆ ଅଶୋକ ପଟେଲ, ଯୁବନେତା ଭୁବନେଶ୍ୱର ଧରୁଆ, ହେମନ୍ତ ପଧାନ, ସମିତି ସଭ୍ୟ ବିକ୍ରମ ନାଏକ, ସତ୍ୟ ଦଳପତି, କଳାର ବାଗ, ନବୀନ ବିଶ୍ୱାଳ, ଆନନ୍ଦ ପଧାନ, ଛନ୍ଦା ପଧାନ, ଈଶ୍ୱର ରାଏଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ତଥା ପୂରାତନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଯୋଗ ଦେଇଥିଲେ । ଏହି ଅବସରରେ ଗ୍ରାମବାସୀଙ୍କ ତରଫରୁ ଶ୍ରୀ ଭୋଇଙ୍କୁ ଭଜନ କୀର୍ତ୍ତନ ସହିତ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ତାଙ୍କ ବାସଗୃହରେ ସମ୍ମାନରେ ଛାଡି ଦିଆଯାଇଥିଲା ।

jittmm
Leave A Reply

Your email address will not be published.