oom

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସମ୍ବର୍ଦ୍ଧନା ସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ଠାରେ ଶିକ୍ଷାବର୍ଷ ୨୦୨୩-୨୪ ମାଟ୍ରିକ ପରୀକ୍ଷାରେ ଏ୧ ପାଇଥିବା ମିତ୍ରାବରୁଣ ଦାଶ, ନମ୍ରତା ମଗର ଓ ପଲକ୍ ପାଠୀଙ୍କ ସମେତ ମେଧା ଓ ଭାରତୀକୃଷ୍ଣ ଗଣିତ ପ୍ରତୀଭା ପରୀକ୍ଷାରେ ଓଡ଼ିଶାର ଶ୍ରେଷ୍ଠ ଦଶମ ସ୍ଥାନ ମଧ୍ୟରେ ଥିବା ସପ୍ତମ ଶ୍ରେଣୀ ପ୍ରଜ୍ଞାଶ୍ରୀ ପ୍ରଧାନ, ଶୋଭିତ ସାହୁ ଓ ପଞ୍ଚମ ଶ୍ରେଣୀ ଶ୍ରଦ୍ଧାମୟୀ ସାହୁ, ସ୍ୱାଗତ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଶିକ୍ଷା ବିକାଶ ସମିତି ବିଦ୍ୱତ୍ ପରିଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଯଦି ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବାର ଅଛି ତାହେଲେ ନିଜର ସୁଖ ସ୍ୱାଛନ୍ଦକୁ ଛାଡି ବିଦ୍ୟା ଅଧ୍ୟୟନରେ ବ୍ରତୀ ହେବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ବିଶ୍ୱହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ ସଭାପତି ଭକ୍ତ ଚରଣ ସାହୁ ଶ୍ରଦ୍ଧା ବିନା ଜ୍ଞାନ ଆହରଣ ଅସମ୍ଭବ ତଥା ତୁମେ ଯାହା ବି ହୁଅ ଦେଶପାଇଁ ହୁଅ ଏହି ବାର୍ତ୍ତା ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସଭାପତି ପୃଥିରାଜ ସାହୁ, ସମ୍ପାଦକ ଜନକଲାଲ ମେହେର, ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ, ଉପସଭାପତି ଗୋପାଳ କୃଷ୍ଣ ମିଶ୍ର, ସଦସ୍ୟ ଆଶିଷ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ହୋଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ ଥିବା ବେଳେ । କଲ୍ୟାଣୀ ମିଶ୍ର ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଉକ୍ତ ସଭାରେ ଅଭିଭାବକ, ଅଭିଭାବିକା ଓ ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jittmm
Leave A Reply

Your email address will not be published.