oom

ସୋନପୁର ବ୍ଲକରେ ଗଡିଲା ଶାମ୍ଵରଥ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ବ୍ଲକ ନାଇକେନପାଲି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରୁ ଶାମ୍ଵରଥର ଶୁଭାରମ୍ଭ ହୋଇଛି । ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୂରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହି ରଥ ଆଗାମୀ ଆଠ ଦିନ ଯାଏଁ ସୋନପୁର ବ୍ଲକର ବିଭିନ୍ନ ଗ୍ରାମରେ ବୁଲି କୁଷ୍ଠରୋଗ ନିରାକରଣ ଜନିତ ସଚେତନତା ବାର୍ତ୍ତା ପ୍ରଚାର କରିବ । ସୂଚନାଯୋଗ୍ୟ ଯେ, ସ୍ଵତନ୍ତ୍ର କୁଷ୍ଠରୋଗ ଚିହ୍ନଟ ଅଭିଯାନ ଗତ ୧୮ ଜାନୁୟାରୀରୁ ଆରମ୍ଭ ହୋଇ ୩୧ ଜାନୁୟାରୀ ଯାଏଁ ଚାଲିବ । ଏହି ସମୟରେ ଆଶାକର୍ମୀମାନେ ଘରକୁ ଘର ବୁଲି କୁଷ୍ଠରୋଗ ଚିହ୍ନଟ କରିବେ । କାର୍ଯ୍ୟକ୍ରମଟିକୁ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ଡାକ୍ତର ରାମଶଙ୍କର ତ୍ରିପାଠୀ, ଆୟୁଷ ଡାକ୍ତର ପ୍ରମୋଦ କୁମାର ମେହେର, ବିପିଏମ ଅଶୋକ ମିଶ୍ର, ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର, ସୀମାଞ୍ଚଳ ଦାସ ଏବଂ ଡାକ୍ତରଖାନା କର୍ମଚାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.