କୋଭିଡ ସଂକ୍ରମଣକୁ ନଜରରେ ରଖି ଜରୁରୀ ନୋଟିସ ଜାରି କରିଛି ସମ୍ବଲପୁର ବିଶ୍ୱ ବିଦ୍ୟାଳୟ

ସମ୍ବଲପୁର : କୋଭିଡ ସଂକ୍ରମଣକୁ ନଜରରେ ରଖି ଜରୁରୀ ନୋଟିସ ଜାରି କରିଛି ସମ୍ବଲପୁର ବିଶ୍ୱ ବିଦ୍ୟାଳୟ । ପିଜି ହଷ୍ଟେଲ ୱାର୍ଡେନ ପ୍ରଫେସର ବି. ଶତପଥୀ ଏହି ନୋଟିସ ଜାରି କରିଛନ୍ତି । କୋଭିଡ ନିୟମ କଡାକଡି କରିବା ପାଇଁ ନୋଟିସରେ ଉଲ୍ଲେଖ ରହିଛି । ସନ୍ଧ୍ୟା ୭ ଟା ୩୦ ଭିତରେ ହଷ୍ଟେଲକୁ ଛାତ୍ରମାନେ ଫେରିବା ନେଇ ଓ୍ୱାର୍ଡେନ୍ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗାର୍ଲସ୍ ହଷ୍ଟେଲକୁ ମଧ୍ୟ ଛାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରିବା ନେଇ ନୋଟିସରେ ଉଲ୍ଲେଖ ରହିଛି । ଜରୁରୀ କାମ ନଥିଲେ ହଷ୍ଟେଲରୁ ବାହାରକୁ ନବାହାରିବା ନେଇ ପତ୍ରରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.