om academy

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କୋଭିଡ୍‌ ଯୁଦ୍ଧରେ ସହୀଦ୍ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ କୋଭିଡ୍‌ ସଂକ୍ରମଣରେ ସହୀଦ୍ ସାମ୍ବାଦିକଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସଂଘର ପ୍ରାକ୍ତନ ସାଧାରଣ ସମ୍ପାଦିକ ସ୍ୱର୍ଗତ ବସନ୍ତ କୁମାର ଦାସଙ୍କ ସମେତ ରାଜ୍ୟରେ ସହୀଦ୍ ହୋଇଥିବା ସମସ୍ତ ସମ୍ବାଦିକଙ୍କ ସ୍ମୃତି ଚାରଣ ପୂର୍ବକ ଅମର ଆତ୍ମାର ସଦଗତି କାମନା କରି ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ରାଜ୍ୟର ସମସ୍ତ ସହିଦ୍ ସାମ୍ବାଦିକଙ୍କ ପୂର୍ଣ୍ଣ ବିବରଣୀ ସହ ଏକ ସଚିତ୍ର ସ୍ମରଣୀକା ପ୍ରକାଶନ ପାଇଁ ନିଷ୍ପତ୍ତି ନିଆଗଲା । ଅଦ୍ୟାବଧି ରାଜ୍ୟରେ ପ୍ରାୟ ଚାଳିଶିରୁ ଉର୍ଦ୍ଧ୍ବ ସାମ୍ବାଦିକ ସହୀଦ୍ ହୋଇଥିଲା ବେଳେ, ଏଥିମଧ୍ୟରୁ ଅର୍ଦ୍ଧାଧିକ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ପରିସର ଭୃକ୍ତ ନଥିବାରୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପନ୍ଦର ଲକ୍ଷ ଟଙ୍କାର ଅନୁକମ୍ପା ରାଶିରୁ ସଂପୃକ୍ତ ସାମ୍ବାଦିକମାନଙ୍କ ପରିବାର ବଞ୍ଚିତ ହେବା ଦୁଖଦାୟକ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଅନ୍ୟପକ୍ଷରେ ରାଜ୍ୟରେ କ୍ରମାଗତ ଭାବେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଘଟଣା ଵୃଦ୍ଧି ପାଇବା ନେଇ ବୈଠକରେ ଚିନ୍ତା ପ୍ରକଟ କରାଯାଇଥିଲା । ସମସ୍ତ ନିୟମିତ ପ୍ରକାଶିତ ଖବର କାଗଜ, ବୈଦୁତିକ ଗଣମାଧ୍ୟମ ଓ ୱେବ୍‌ ଚ୍ୟାନେଲର ପ୍ରତିନିଧି ମାନଙ୍କୁ ମଧ୍ୟ କୋଭିଡ୍‌ ଯୋଦ୍ଧା ଘୋଷଣା ପୂର୍ବକ ଘୋଷିତ ଅନୁକମ୍ପା ରାଶି ପ୍ରଦାନ ଓ ଯଥାଶିଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନେଇ ପୁନଃ ସଂଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥିର କରାଗଲା । ଆୟୋଜିତ ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, ଜାତୀୟ ପରିଷଦ ସଦସ୍ୟ ବୈଷ୍ଣବ ଚରଣ ଜେନା, ଜାତୀୟ ପରିଷଦ ସଦସ୍ୟ ରମେଶ ଚନ୍ଦ୍ର ମହାନ୍ତି କେଉଁଝର ଜିଲ୍ଲା ସଭାପତି ସତ୍ୟନାରାୟଣ ମିଶ୍ର, ସୁନ୍ଦରଗଡ ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ଭୂବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ପ୍ରତାପ କୁମାର ପ୍ରଧାନ, ମାଲକାନଗିରି ଜିଲ୍ଲା ସଭାପତି ଦୁର୍ୟ୍ୟୋଧନ ପାତ୍ର, ଜଗତସିଂହପୁର ଜିଲ୍ଲା ସଭାପତି ରାଧାକାନ୍ତ ମିଶ୍ର, କନ୍ଧମାଳ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ, ବାଲେଶ୍ୱର ଜିଲ୍ଲା ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ଯାଜପୁର ଜିଲ୍ଲା ସଭାପତି ହରିହର ସ୍ୱାଇଁ, ରାଜ୍ୟ ପରିଷଦ ସଦସ୍ୟ ଦୟାନନ୍ଦ ଖାଡଙ୍ଗା, ନୟାଗଡ଼ ଜିଲ୍ଲା ସମ୍ପାଦକ ଆଦର୍ଶ ପଟ୍ଟନାୟକ, ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ସରୋଜ କୁମାର ବେହେରା, ବୌଦ୍ଧ ଜିଲ୍ଲା ସମ୍ପାଦିକା ପ୍ରଣତି ପଣ୍ଡା, କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ହିମାଂଶୁ ଶେଖର ନାୟକ, କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ପ୍ରଧାନ, କାର୍ଯ୍ୟାଳୟ ସମ୍ପାଦକ ଭରତ ବେହେରା ପ୍ରମୂଖ ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.