oum

ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡ଼ିଲା : ୫ ମହିଳାଙ୍କ ସମେତ ୧୧ ଗିରଫ, ବାଛୋଳ ଗାଁ ପୁରୁଷ ଶୂନ୍ୟ

jsm

ଯାଜପୁର : ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡ଼ିଛି । ଏହି ଘଟଣାରେ ୫ ମହିଳାଙ୍କ ସମେତ ୧୧ ଜଣ ଗିରଫ ହୋଇଥିବା ବେଳେ ବାଛୋଳ ଗାଁ ଏବେ ଗିରଫ ହେବା ଭୟରେ ପୁରୁଷ ଶୂନ୍ୟ ହୋଇଯାଇଥିବା ସୂଚନା ମିଳିଛି । ଯାଜପୁର ବିଂଝାରପୁର ବ୍ଲକ ବାଘଲା ପଞ୍ଚାୟତର ବାଛୋଳ ଗାଁରେ ଗତକାଲି କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ରାକେଶ ମଳିକଙ୍କ ସମେତ ୫ ଜଣ ମହିଳା ସହ ୧୧ ଜଣ ଗିରଫ ହୋଇଥିବା ସୂଚନାରେ କୁହାଯାଇଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୪ଟାରୁ ଶତାଧିକ ପୋଲିସ ବାଛୋଳ ଗାଁରେ ଫ୍ଲାଗମାର୍ଚ୍ଚ କରିବା ସହ ତନାଘନା ତଦନ୍ତ ଆରମ୍ଭ କରିଦେଇଥିଲେ । ୧୦ ଜଣ ମହିଳାଙ୍କ ସମେତ ୨୫ ଜଣଙ୍କୁ ଉଠାଇ ଆଣିଥିଲା ପୋଲିସ । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ଫେରାର୍‌ ଥିବା କୁହାଯାଇଛି ।

Leave A Reply

Your email address will not be published.