କର୍ମଚାରୀ ରାଜ୍ୟ ବୀମା ନିଗମର ପଶ୍ଚିମ ଓଡ଼ିଶା ଓ ଇଏସ୍‌ଆଇସି ମଡେଲ୍ ହସପିଟାଲ, ରାଉରକେଲା ପ୍ରତି ଉଦ୍ଦେଶ୍ୟମୂଳକ ବୈମାତୃକ ମନୋଭାବ ବିରୁଦ୍ଧରେ ହିନ୍ଦ୍ ମଜଦୂର ସଭାର ସାମ୍ୱାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦ୍ ମଜଦୂର ସଭା ସହବନ୍ଧିତ ସୁନ୍ଦରଗଡ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ଆୟୋଜନ କ୍ରମେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାରଣ ଗତ ୧୯ ବର୍ଷ ପୂର୍ବେ ଅର୍ଥାତ୍ ତା ୧.୫.୨୦୦୩ ମସିହାରେ ସାରା ଦେଶରେ ଇଏସ୍‌ଆଇସି ମଡେଲ୍ ହସପିଟାଲ ସମସ୍ତ ରାଜ୍ୟର ରାଜଧାନୀରେ ପ୍ରତିଷ୍ଠା ହୋଇଥିବା ବେଳେ ଓଡ଼ିଶାରେ ଏହା ରାଉରକେଲାଠାରେ ହିତାଧିକାରୀଙ୍କ ସଂଖ୍ୟା ଓ ସ୍ଵାସ୍ଥ୍ୟ ସମସ୍ୟା ଉପରେ ନଜର ଦେଇ ରାଜ୍ୟ ସରକାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିବାରୁ ଏଇଦିନଠାରୁ ରାଉରକେଲାରେ ଏହି ମଡେଲ୍ ହସପିଟାଲରେ ୫୦ ଶଯ୍ୟା ବିଶିଷ୍ଟ କରାଯାଇଥିଲା । ଏହାପରେ ସାରାଦେଶରେ ସମସ୍ତ ମଡେଲ ହସ୍ପିଟାଲ ଉଚ୍ଚ କୋଟୀର ସ୍ଵାସ୍ଥ୍ୟ ସେବା ଯୋଗାଉଥିବା ବା ବର୍ତ୍ତମାନରେ ମେଡିକାଲ କଲେଜରେ ରୂପାନ୍ତର ହୋଇଥିବା ବେଳେ, ରାଉରକେଲାର ମଡେଲ ହସ୍ପିଟାଲରେ ସୋନପୁରରୁ କେନ୍ଦୁଝର ଜିଲ୍ଲା ପର୍ଯ୍ୟନ୍ତ ସମସ୍ତ ବୀମାଭୁକ୍ତ ରୋଗୀମାନେ ଚିକିତ୍ସା ପାଇଁ ଆସନ୍ତି । ସର୍ବାଧିକ ବୀମାଭୁକ୍ତ ରୋଗୀମାନଙ୍କୁ ରାଉରକେଲାର ମଡେଲ ହସ୍ପିଟାଲ କତୃପକ୍ଷ ସେମାନଙ୍କୁ ଉଚ୍ଚ ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱର ପଠାଉଛନ୍ତି, ତନ୍ମଧ୍ୟରୁ ଅନେକ ୫୦୦ କିଲୋମିଟର ଆମ୍ବୁଲାନ୍ସରେ ଯାଇ ପହଞ୍ଚିବା ବେଳକୁ ବାଟରେ ପ୍ରାଣତ୍ୟାଗ କରୁଛନ୍ତି, କିନ୍ତୁ ଓଡିଶା ଇଏସ୍‌ଆଇସି କତୃପକ୍ଷ ଏବଂ ଦିଲ୍ଲୀ କତୃପକ୍ଷ ଏହି ହସ୍ପିଟାଲକୁ ଉଦ୍ଦେଶ୍ୟମୂଳକ ଭାବେ ଅଣଦେଖା କରୁଛନ୍ତି ଏପରି କି ରାଉରକେଲାରେ ୫୦ ଶଯ୍ୟାକୁ ୧୯ ବର୍ଷରେ ୩୦୦ ଶଯ୍ୟା ବିଶିଷ୍ଠ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ କରି ଅକାଳରେ ମୃତ୍ୟୁବରଣ କରୁଥିବା ରୋଗୀମାନଙ୍କ ଅମୂଲ୍ୟ ଜୀବନ ରକ୍ଷା କରିବା ପାଇଁ ଚେଷ୍ଠା ନକରି ଭୁବନେଶ୍ୱର ଓ କଟକରେ ପାଖାପାଖି ୩୦ରୁ ଅଧିକ ଅତି ଉଚ୍ଚତର ଚିକିତ୍ସା ମିଳିଥିବା ବେଳେ ଭୁବନେଶ୍ୱରରେ ପୂର୍ବରୁ ୧୦୦ ଶଯ୍ୟା ଓ ଭୁବନେଶ୍ୱରଠାରୁ ମାତ୍ର ୧୨୦କିମି ଦୂର ଅନୁଗୁଳଠାରେ ୧୫.୬.୨୦୨୨ରେ କେନ୍ଦ୍ର ସରକାରଙ୍କ ଓ ରାଜ୍ୟ ସରକାରଙ୍କ ଶ୍ରମମନ୍ତ୍ରୀ ମିଳିତ ଭାବେ ୧୦୦ ଶଯ୍ୟା ବିଶିଷ୍ଠ ଇଏସ୍‌ଆଇସି ହସପିଟାଲ ପ୍ରତିଷ୍ଠା କରୁଛନ୍ତି । ଏଣୁ ଇଏସ୍‌ଆଇସି କତୃପକ୍ଷ କେନ୍ଦ୍ର ସରକାର ଓ ରାଜ୍ୟସରକାର ରାଉରକେଲାରେ ୩୦୦ ଶଯ୍ୟା ବିଶିଷ୍ଠ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ତୁରନ୍ତ ଆରମ୍ଭ କରିବା ସହିତ ଝାରସୁଗୁଡ଼ାଠାରେ ଇଏସ୍‌ଆଇସି କତୃପକ୍ଷ ୧୦୦ ଶଯ୍ୟା ବିଶିଷ୍ଠ ହସ୍ପିଟାଲ ତୁରନ୍ତ ଆରମ୍ଭ କରିବାକୁ ହିନ୍ଦ୍ ମଜଦୂର ସଭା, ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି, ସମ୍ପାଦକ ଉମେଶ ନାୟକ ରାଉରକେଲା ମଜଦୂର ସଭାର ଦେବେନ୍ଦ୍ର ଆଚାର୍ଯ୍ୟ ଆଜିର ଗଣମାଧ୍ୟମରେ ପ୍ରକାଶ କରିଥିଲେ । କାରଣ ପଶ୍ଚିମ ଓଡ଼ିଶାରେ ସର୍ବାଧିକ ବୀମାଭୁକ୍ତ ରୋଗୀମାନଙ୍କୁ ଚିକିତ୍ସା ଅଭାବରୁ ଇଏସ୍‌ଆଇସି କତୃପକ୍ଷଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ ।

Leave A Reply

Your email address will not be published.