ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଥବିର ଚନ୍ଦ୍ର ବାଗ ଅଭିଯୋଗ କରିଛନ୍ତି ଯେ, ସରକାର ଚାଷୀଙ୍କ ଆୟ ଦ୍ଵିଗୁଣ କରିବା ପାଇଁ ଅନେକ ଯୋଜନା କରୁଛନ୍ତି । ଚାଷୀମାନଙ୍କୁ ବର୍ଷ ୨୦୨୨-୨୩ରେ ଚାଷୀଙ୍କ ଗାଈ ଗୁହାଳ, ଜମି ମରାମତି, ଚହଲା ଯୋଜନାରେ ହୋଇଥିଲେ ଚାଷୀମାନେ ଉପକୃତ ହୋଇଥାନ୍ତେ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଗ୍ରାମ ପଞ୍ଚାୟତରେ ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା କାରଣରୁ ଏ ବର୍ଷ ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତର ଜନ ସାଧାରଣ ଏହି ସବୁ ଯୋଜନାରୁ ବାଦ୍ ପଡିଛନ୍ତି । ବର୍ତ୍ତମାନ ବର୍ଷାଦିନ ହେଉଥିବାରୁ ଏସବୁକୁ ସରକାର ମଞ୍ଜୁର ଦେବେ ନାହିଁ ଫଳରେ ଚାଷୀର ୧ ବର୍ଷର କ୍ଷତି ହୋଇଗଲା । ଦୁଃଖର ବିଷୟ ଗ୍ରାମ ପଞ୍ଚାୟତରୁ ଅବହେଳା ପରେ ବ୍ଲକ ତରଫରୁ ମଧ୍ୟ ଚାଷୀ ତାର ହକ ପାଇଲା ନାହିଁ । ଚାଷୀଙ୍କ କ୍ଷତି ପାଇଁ ବଲାଙ୍ଗିର ଜିଲ୍ଲାପାଳ ଦୋଷୀ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବୀ କରିଛନ୍ତି ।