ଜାତୀୟ ସ୍ତରରେ ସମ୍ମାନିତ ହେଲେ ସାମ୍ବାଦିକା ଶତରୂପା

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ମାଟିର ଝିଅ ତଥା ସାରା ରାଜ୍ୟରେ ସାମ୍ବାଦିକା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଶତରୂପା ସାମନ୍ତରାୟଙ୍କୁ ଚଳିତ ବର୍ଷ ଜାତୀୟ ସ୍ତରରେ ଆଇଆଇଏମ୍‌ଏଏ ସମ୍ମାନରେ ସମ୍ମାନିତ କରାଯାଇଛି । ଦିଲ୍ଲୀର ଏକ ହୋଟେଲରେ ଚଳିତବର୍ଷ ଏହି କାର୍ଯ୍ୟକ୍ରମ ହୋଇଥିଲା । ସର୍ବମୋଟ୍‌ ୧୧ ଜଣଙ୍କୁ ବିଭିନ୍ନ ବର୍ଗରେ ଏହି ପୁରସ୍କାର ମିଳିଥିବା ବେଳେ ଶତରୂପାଙ୍କୁ Indian language reporter of the year (Broadcast) ସମ୍ମାନରେ ସମ୍ମାନିତ କରାଯାଇଛି । ଶତରୂପା ନମିତା ଭୋଇ ଓ ସୁନିତା ମାଝୀ ଦୁଇ ଜାତୀୟ ଖେଳାଳୀ କିଭଳି ସଂଘର୍ଷରେ ଜୀବନ କାଟୁଥିଲେ ସେହି ଖବରକୁ ଏକ ଗଣମାଧ୍ୟମ ପ୍ରସାରିତ କରିଥିଲେ । ଖବର ଦେଖିବା ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଥିଲା ଉଭୟଙ୍କୁ ଚାକିରି ପ୍ରଦାନ କରାଯାଇଥିଲା । ଏହି ଖବର ପାଇଁ ଶତରୂପାଙ୍କୁ ପୁରସ୍କାର ମିଳିଛି । ଶତରୁପା ଏହି ପୁରସ୍କାରର ଶ୍ରେୟ ପୁରା ଅର୍ଗସ ପରିବାରଙ୍କୁ ଦେଇଥିବା ବେଳେ ଭିଡିଓ ଜର୍ଣ୍ଣାଲିଷ୍ଟ ସୁମନ୍ତ ସାହୁ ଓ ଉମେଶ ମହାରଣାଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ଶତରୂପାଙ୍କୁ ଚଳିତ ବର୍ଷ ଏଭଳି ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.

error: Content is protected !!