
- ଗୁରୁ ହିଁ କୁହୁକ ମନର ଶ୍ରେଷ୍ଠ ଯାଦୁକର
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁ ହିଁ କୁହୁକ ମନର ଶ୍ରେଷ୍ଠ ଯାଦୁକର ଓ ତାଙ୍କ ଯାଦୁକରୀ ପରଶ ପାଇ ଛାତ୍ରଛାତ୍ରୀମାନେ ସମାଜରେ ପ୍ରତିଭାତ ହୋଇଥାନ୍ତି ବୋଲି ଗୋଡିପୁଟମାଟିଆପଡା ଗ୍ରାମ ପଞ୍ଚାୟତ ଅଧୀନ ଗୋଦାସାହି ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନେ ମତପୋଷଣ କରିଛନ୍ତି । ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଶିକ୍ଷାବିତ ପ୍ରହଲ୍ଲାଦ ସ୍ଵାଇଁ ସଭାପତିତ୍ୱ କରିଥିଲେ । ଏଥିରେ ଅତିଥି ଓ ବକ୍ତା ଭାବେ ଡେ଼ଲାଙ୍ଗ ମଣ୍ଡଳ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବାଲ ସାହିତ୍ୟ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ବିରେନ୍ଦ୍ର ମହାନ୍ତି, ପ୍ରକୃତି ମିତ୍ର ଆଦର୍ଶ ଶିକ୍ଷକ ଶିଶୁ ସାହିତ୍ୟିକ ପ୍ରଶାନ୍ତ ମଙ୍ଗରାଜ, ପ୍ରାକ୍ତନ ଜିଲ୍ଲା ପରିଷଦ ମଳୟ ମହାନ୍ତି, ପୂର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀ ସଚିଦାନନ୍ଦ ପ୍ରଧାନ, ଯୁଧିଷ୍ଠିର ପରିଡ଼ା, ପିପିଲିର ପୂର୍ବତନ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପରିଡ଼ା ଡେ଼ଲାଙ୍ଗର ଏବିଇଓ ସୁଷମା ଦାଶ, ସଞ୍ଜୁକ୍ତା ମିଶ୍ର, ପ୍ରାକ୍ତନ ଶିକ୍ଷା ଅନୁନୀରିକ୍ଷକ ହରିହର ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ମିନତି ପଟ୍ଟନାୟକ, ଶିକ୍ଷାବିତ ରମେଶ ରାଉତରାୟ, ସତ୍ୟବାଦୀ ଏବିଇଓ ଛାଟୋଇ ମୋତିଲାଲ ରାୟ , ଅବସରପ୍ରାପ୍ତ ଏବିଇଓ ଶ୍ୟାମସୁନ୍ଦର ଦାସ, ପ୍ରାକ୍ତନ ଶିକ୍ଷକ ଚନ୍ଦ୍ରଭାନୁ ସାହୁ ଶିକ୍ଷାବିତ୍ ତଥା ସୁସାହିତ୍ୟିକ ସନ୍ତୋଷ ମହାନ୍ତି, ପ୍ରଧାନଶିକ୍ଷକ କବି ସନ୍ତୋଷ ମିଶ୍ର, ସମାଜ ସେବୀ ପ୍ରଦୀପ ଜେନା, ଲକ୍ଷ୍ମୀ ନାରାୟଣ ପାଠୀ, ଆଧ୍ୟାତ୍ମିକବାଦୀ ଧାଡୁବନ୍ଧୁ ଲେଙ୍କା, ପ୍ରସନ୍ନ ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଗୁରୁମାନେ ହିଁ ସମାଜରେ ଶ୍ରେଷ୍ଠ ଯାଦୁକର ଓ ଶ୍ରେଷ୍ଠ ସମ୍ମାନର ଅଧିକାରୀ ଏବଂ ଗୁରୁଙ୍କ ବ୍ୟତୀତ ସମାଜ ଦିଶାହରା ବୋଲି ବିଭିନ୍ନ ଉଦାହରଣ ଦେଇ ମତବ୍ୟକ୍ତ କରିଛନ୍ତି । ପୂର୍ବତନ ଶିକ୍ଷକ ନେତା ପ୍ରମୋଦ ମିଶ୍ର , ଡେ଼ଲାଙ୍ଗ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ, ଶିକ୍ଷକ ନେତୃବୃନ୍ଦ ସୂର୍ଯ୍ୟ ନାରାୟଣ ସେଠୀ, ପ୍ରଶାନ୍ତ ଦାସ, ସୁରେନ୍ଦ୍ର ନାୟକ, ପବିତ୍ର ଜେନା, ଅଭିମନ୍ୟୁ ପ୍ରଧାନ, ପ୍ରଧାନ ଶିକ୍ଷକ ଗଙ୍ଗାଧର ମଲ୍ଲିକ ପ୍ରମୁଖ ତାଙ୍କର ସଂଘୀୟ ଓ ସାଙ୍ଗଠନିକ ଦାୟିତ୍ଵବୋଧକୁ ମନେପକାଇ ତାଙ୍କୁ ମାନପତ୍ର ସହ ସମ୍ମାନିତ କରିଥିଲେ । ଗୋପାଳ ସାରଙ୍କ ସ୍ନେହ ପୂର୍ଣ୍ଣ ବଚନ, ସାମାଜିକ ସୁଗୁଣାବଳୀ ସବୁଦିନ ମନେ ରହିବ ବୋଲି ସମସ୍ତେ କହିଥିଲେ । ଏହି ଅବସରରେ ଚଳିତ ବର୍ଷ ଡେଲାଙ୍ଗ ବ୍ଲକ୍ ଦଶମ ବୋର୍ଡ ପରୀକ୍ଷାର ମେଧା ଛାତ୍ରୀ ନୀଳିମା ପୃଷ୍ଟି ଓ ସୁନୀତା ବରାଳ ସହ ଶିକ୍ଷକ ସୂର୍ଯ୍ୟକାନ୍ତ ନାୟକ ଓ ଉତ୍ତମ ପାଚିକା ଭାବେ ଗଡବେଗୁନିଆପଡା ବିଦ୍ୟାଳୟର ଗାୟତ୍ରୀ ରଣାଙ୍କୁ ବିଦ୍ୟାଳୟ ତରଫରୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଆଶୁକବି ତଥା ଗୋଦାସାହି ବିଦ୍ୟାଳୟର ପୂର୍ବତନ ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ କବିତା ମାଧ୍ୟମରେଶ୍ରୀଯୁକ୍ତ ମହାପାତ୍ରଙ୍କ ଗୁଣ, ଗାଁ ପରିବେଶ ଓ ଅତୀତର ଅଭୂଲା ଅନୁଭୂତି ବର୍ଣ୍ଣନା କରିଥିବା ବେଳେ ରେଙ୍ଗଳ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଙ୍ଗୁଳି ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ । କବୟିତ୍ରୀ ତଥା ଶିଶୁ ସାହିତ୍ୟିକା ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ ଓ ସହକାରୀ ଶିକ୍ଷକ ଗଣେଶ ବେହେରା ମଞ୍ଚ ସଂଯୋଜନା କରିଥିଲେ । ଶିକ୍ଷାବିତ ଦୁର୍ଯ୍ୟୋଧନ ସାହୁ ଧନ୍ୟବାଦ ଦେଇଥିଲେ । ପ୍ରକାଶଥାଇକି ଦୀର୍ଘ ୨୧ ବର୍ଷ ଧରି ଉକ୍ତ ବିଦ୍ୟାଳୟର ସାମଗ୍ରିକ ବିକାଶରେ ସେ ନିଜକୁ ସାମିଲ ସହ ନିଜର ମେଳାପୀ ଗୁଣ ପାଇଁ ସମସ୍ତଙ୍କର ପ୍ରିୟ ଭାଜନ ହୋଇଥିଲେ । ଏହି ଅବସରରେ “ବୁଦ୍ଧଶୀଳା” ପୁସ୍ତକ ଉନ୍ମୋଚିତ ହୋଇଥିଲା । ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ମଞ୍ଚରେ ଅନେକ ସମ୍ବର୍ଦ୍ଧିତ କରାଯାଇଥିଲା । ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୂରାତନଛାତ୍ର ଛାତ୍ରୀ ଏଥିରେ ଯୋଗଦେଇଥିଲେ । ଶିକ୍ଷକ ଅଶୋକ ପ୍ରଧାନ,ଶିବୁ ପ୍ରସାଦ ସାମନ୍ତରାୟ, ସନ୍ତୋଷ ବେହେରା, କେଶବ ଜେନା , ପୁରାତନ ଛାତ୍ର ଅଜୟ ମଲ୍ଲିକ, ରବି ସୁନ୍ଦରାୟ ସୁସାନ୍ତ ଜେନା ଓ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲାବେଳେ ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ବଳିୟାର ସିଂହ, ଆଦିକନ୍ଦ ମିଶ୍ର, ନରେନ୍ଦ୍ର ଜେନା, ଚନ୍ଦ୍ର ଶେଖର ରାୟ, ସୁବାସ ଦାଶ ,ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅଞ୍ଜନା ଖୁଣ୍ଟିଆ, କ୍ଷିରୋଦିନୀ ଶତପଥୀ, ବାସନ୍ତୀ ସାହୁ, କଳ୍ପନା ସାହୁ, ବେବୀ ପଟ୍ଟନାୟକ, ସବିତା ରଥ ପ୍ରଭାସିନୀ ହରିଚନ୍ଦନ, ପ୍ରଧାନ ଶିକ୍ଷକ ପ୍ରକାଶ ଜେନା, ରବୀନ୍ଦ୍ର ବେହେରା, ବିକ୍ରମ ପାତ୍ର, ଅଭୟ ରଥ, ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଜେନା, ଶରଳା ଦଳାଇ, ଅନ୍ନପୂର୍ଣ୍ଣା ହରିଚନ୍ଦନ, ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ, ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ମହାପାତ୍ର, ଭାରତୀ ଜେନା, ଦୀପ୍ତିରେଖା ସାହୁ, ପ୍ରଧାନ ଶିକ୍ଷକ ପ୍ରଭାତ ସେଠୀ, ଅଭିମନ୍ୟୁ ସିଂ ଅଧିକାରୀ ସାହୁ, ଫକିର ଦାସ, ଆଶୀଷ ମଲ୍ଲିକ ଅନ୍ୟମାନେ ଏଥିରେ ଉତ୍ସାହିତ କରି ଗୋପାଳ ଗୁରୁଜୀଙ୍କ ନିରାମୟ ଜୀବନ କାମନା କରିଥିଲେ । ସଭାରେ ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ପ୍ରାଥମିକ ସଂଘ ଘରର ଉନ୍ନତି ପାଇଁ ଆର୍ଥିକ ସହାୟତା ଘୋଷଣା କରିଥିଲାବେଳେ ସଂଘ ତରଫରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।