jayashree

ସ୍ପିକମେକେର ପ୍ରତିଷ୍ଠାତା ଓ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଡ.କିରଣ ସେଠଙ୍କ ସହିତ ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ୧୯୭୭ ମସିହାରେ ସ୍ପିକମେକେର ନାମକ ଏକ ସଂସ୍ଥାର ପ୍ରତିଷ୍ଠା କରିଥିଲେ ପଦ୍ମଶ୍ରୀ ଡ.କିରନ ସେଠ । ତାଙ୍କର ବୟସ ଯେତେ ବଢୁଛି ତାଙ୍କର ସମାଜ ପାଇଁ କର୍ତ୍ତବ୍ୟ ସେତେ ବଢି ବଢି ଯାଉଛି । ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସାଇକେଲରେ ଭାରତ ଭ୍ରମଣ କରିବା ପାଇଁ ବାହାରିଛନ୍ତି । ତିନୋଟି ପର୍ଯ୍ୟାୟରେ ଏହି ପରିଭ୍ରମଣ କରିବା ସହ ଲୋକଙ୍କୁ ନିଜ ଦେଶର କଳା ସଂସ୍କୃତି ବିଷୟରେ ଅବଗତ ତଥା ସଚେତନ କରିବା ପାଇଁ ଏହି ପ୍ରୟାସ କରୁଛନ୍ତି । ୫୮ ବର୍ଷ ବୟସରେ ଲୋକ ଅବସର ଗ୍ରହଣ କରି ଘରେ ଅବସରପ୍ରାପ୍ତ ଜୀବନ ନିର୍ବାହ କରୁଥିବା ବେଳେ କିରନ ସେଠ ୭୪ ବର୍ଷ ବୟସରେ ପଦାର୍ପଣ କରିବା ପରେ ମଧ୍ୟ ସେ ତାଙ୍କର କାର୍ଯ୍ୟ କରି ଚାଲିଛନ୍ତି ।

ଶ୍ରୀ ସେଠ ତୃତୀୟ ପର୍ଯ୍ୟାୟରେ ବମ୍ବେ, ପୁନା ହୋଇ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି । ଝାରସୁଗୁଡ଼ା ଦେଇ ଓଡ଼ିଶା ଅତିକ୍ରମ କରୁଥିବା ଜାଣି ସ୍ପିକମେକେର ସଦସ୍ୟା ଡ ସୁନନ୍ଦା ଜତି ପଦ୍ମଶ୍ରୀ ଶ୍ରୀ ସେଠଙ୍କୁ ନିମନ୍ତ୍ରଣ କରି ଟିଟିଲାଗଡ ତଥା ଆଖପାଖ ଅଞ୍ଚଳର ଛାତ୍ର ଛାତ୍ରୀ କିପରି ନିଜ ଅଞ୍ଚଳର କଳା ସଂସ୍କୃତିଙ୍କୁ ବଞ୍ଚେଇ ରଖିବେ ସେ ନେଇ ଏକ ସାମ୍ୱାଦିକ ସମ୍ମିଳନୀ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା । ଏହି ସାଇକେଲ ଯାତ୍ରାର ତିନୋଟି ମୁଖ୍ୟ ଉଦ୍ଦେଶ୍ୟ କ’ଣ ସେ ବିଷୟରେ ସାମ୍ୱାଦିକଙ୍କୁ ଅବଗତ କରାଇ କହିଥିଲେ, ସେ ଭିତରେ ସାଇକେଲ ଚଳାଇଲେ ଦେହ ସୁସ୍ଥ ରହିବ, ଏକୁଟିଆ ସାଇକେଲ ଚଲାଇଲେ ଏକାଗ୍ରତା ବହୁତ ବଢ଼ିଥାଏ, ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର, ମହାତ୍ମାଗାନ୍ଧୀଙ୍କୁ ଲୋକ ଭୁଲିବାକୁ ଲାଗିଲେଣି, ତାଙ୍କର ଅହିଂସା ନୀତି, ଶାନ୍ତିର ବାର୍ତ୍ତା ଦେବା ପାଇଁ ଏହି ପ୍ରୟାସ । ଦିନକୁ ଦିନ ଛାତ୍ର ଛାତ୍ରୀଙ୍କ ଏକାଗ୍ରତା ଆଉ ରହୁନି, ବର୍ଷରେ ଚାଳିଶ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି, ବହୁତ ଚିନ୍ତାଗ୍ରସ୍ତ ଅବସ୍ଥାରେ ସେମାନେ ଗତି କରୁଛନ୍ତି, ସେମାନଙ୍କୁ ଠିକ୍‌ ଦିଗରେ ନେବାକୁ ହେଲେ ନିଜର ଛୁଆ ପିଲାଙ୍କୁ ଭଲ ଏକାଗ୍ରତା ଓ ଧର୍ଯ୍ୟ କିପରି ରଖିବେ ସେ ଦିଗରେ କାମ କରିବାକୁ ପଡ଼ିବ । ଏ ଦିଗରେ ସମସ୍ତେ ଯତ୍ନବାନ ହେବାର ସମୟ ଆସିଗଲାଣି । ଯୋଗ ପ୍ରାଣାୟାମ, ଶାସ୍ତ୍ରୀୟ ସଙ୍ଗୀତ ଦ୍ବାରା ହିଁ ଏକାଗ୍ରତା ଆଣି ହେବ, ଛାତ୍ରଛାତ୍ରୀମାନଙ୍କୁ ଏ ଦିଗରେ ଶିକ୍ଷାଦାନ କଲେ ନିଶ୍ଚୟ ସୁଫଳ ମିଳି ପାରିବ ବୋଲି ଶ୍ରୀ ସେଠ ନିଜ ବକ୍ତବ୍ୟରେ କହିଥିଲେ । ଏହି ସାମ୍ୱାଦିକ ସମ୍ମିଳନୀକୁ ସଫଳ ରୁପେ ପରିଚାଳନା କରିବାରେ ପ୍ରଭାବତୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଡ ସୁନନ୍ଦା ଜତି, ଶିକ୍ଷୟତ୍ରୀ ଧରିତ୍ରୀ ମହାନ୍ତିଙ୍କ ସମେତ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଆୟୋଜନ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.