foot

ନବବର୍ଷରେ ଗାଁ ବୁଲିଲେ ନରସିଂହ : ଶୁଭେଚ୍ଛା ଜଣାଇ ଲୋକଙ୍କ ସମସ୍ୟା ଶୁଣିଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନବବର୍ଷ ଅବସରରେ ବଲାଙ୍ଗିର ସଦର ବ୍ଲକର ବିଭିନ୍ନ ଗାଁ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଜାଗାରେ ଲୋକଙ୍କ ଠାରୁ ସେମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ ହେଲେ । ୨୦୨୫ ନୂତନ ବର୍ଷ ଅବସରରେ ପ୍ରଥମେ ସେ ଛତାମଖନା କିରାବାହାଲ ବ୍ୟାରେଜ ପାଖକୁ ଯାଇ ସେଠାରେ ନବବର୍ଷ ପାଳନ କରୁଥିବା ଜନସାଧାରଣଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ପରେ ପରେ ସେ ଅଂଚଳରେ ଥିବା କିରାବାହାଲ ଗ୍ରାମବାସୀଙ୍କ ଠାରୁ ବ୍ୟାରେଜ ଓ ଗ୍ରାମବାସୀ ସମ୍ମୁଖିନ ହେଉଥିବା ବିଭିନ୍ନ ଅଭାବ ଅସୁବିଧା ବାବଦରେ ଅବଗତ ହୋଇଥିଲେ । ପରେ ପରେ ସକମା ପଂଚାୟତ ଅନ୍ତର୍ଗତ ରାଣୀପାଲି ଆମ୍ବ ବଗିଚା ଠାରେ ସାଧାରଣ ଜନତାଙ୍କୁ ଭେଟି ନୂବବର୍ଷ ପରିପ୍ରେକ୍ଷୀରେ ଶୁଭେଚ୍ଛା ଜଣାଇଥିଲେ ଏବଂ ବିଶେଷ କରି ଧାନକିଣା, ବିଜୁଳି, ପିଇବା ପାଣି ଏବଂ ଆବାସଗୃହକୁ ନେଇ ଲୋକେ କରିଥିବା ଅଭିଯୋଗ ଶୁଣିଥିଲେ । ଏ ଦିଗରେ ସେ ଯେତେ ଶୀଘ୍ର ହେବ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଅପରାହ୍ନରେ ତୁଷୁରାବାହାଲ ପଂଚାୟତ ଅନ୍ତର୍ଗତ ଡଙ୍ଗାଘାଟ ଠାରେ ଡଙ୍ଗାଘାଟ ଯାଇ ସେଠାରେ ସମବେତ ହୋଇଥିବା ସହସ୍ରାଧିକ ମହିଳା ପୁରୁଷଙ୍କୁ ନୂବବର୍ଷ ଅବସରରେ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଠାରୁ ସମସ୍ୟା ଶୁଣିଥିଲେ । ବର୍ତ୍ତମାନ ସରକାରଙ୍କ ତରଫରୁ ଧାନକିଣା କାର୍ଯ୍ୟ ଚାଲିଥିବାରୁ ପ୍ରାୟତଃ ଲୋକେ ଧାନକିଣାର ଅବ୍ୟବସ୍ଥାକୁ ନେଇ ଆଲୋଚନା କରିଥିଲେ । ଏ ଅଞ୍ଚଳର ଚାଷୀ ପ୍ରାୟତଃ ଏକର ପିଛା ୨୦ରୁ ୨୫ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ କରିଥାନ୍ତି କିନ୍ତୁ ସରକାରୀ ନୀତି ଅନୁସାରେ ସରକାର କେବଳ ଅଣଜଳସେଚିତ ଚାଷୀଙ୍କ ଠୁ ମାତ୍ର ୧୩ କ୍ୱିଣ୍ଟାଲ ଧାନ କିଣୁଥିବାରୁ ବଳକା ରହିଯାଇଥିବା ଧାନ ବିକିବା ପାଇଁ ଚାଷୀ ନିଶ୍ଚିତ ଭାବରେ ଅଭାବି ବିକ୍ରିର ସାମନା ହୋଇ ଦଲାଲ ମାନଙ୍କୁ ତାଙ୍କର କଷ୍ଟ ଉପର୍ଜିତ ଧାନକୁ ଶାଗମାଛ ଦରରେ ଦେଇ ଦେବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ଦିଗରେ ଚାଷୀ ଯେପରି ହଇରାଣ ନ ହୋଇ ତାଙ୍କର ସମସ୍ତ ଅମଳ ଧାନକୁ ସରକାର ୩୧୦୦ ଟଙ୍କାରେ କିଣିବେ ସେ ଉପରେ ସେ ସରକାରଙ୍କୁ ଚାପ ପକାଇବେ ବୋଲି କହିଥିଲେ । ଏ ଗସ୍ତ ସମୟ ଆଲୋଚନା ବେଳେ ଲୋକନାଥ କୁମୁରା, ଗଉଁନ୍ତିଆ ମୁରଲି ମଲ୍ଲିକ, କିର୍ତ୍ତନ ସାହୁ, ବେଲାର ସିଂ ଭୋଇ, ଲମ୍ବୋଦର ମହାକୁର, ରାମ ମିଶ୍ର, ସଂଜୀବ ପ୍ରଧାନ, ବିପିନ ପୁଟେଲ, ଧନୁ ସିଂ, ରାଧାକାନ୍ତ ଭୋଇ ଏବଂ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.