ମାଦକ, ପରିମଳ ଓ ନାରୀ ସୁରକ୍ଷା ସମସ୍ୟା ପ୍ରତି କଂସ ଦରବାରରେ ଦୃଷ୍ଟି ଆକର୍ଷଣ କଲା ମହିଳା ସମିତି

ବରଗଡ଼, (ନିରୋଜ କୁମାର ପାଣୀ) : ମହାରାଜ, ଆପଣଙ୍କ ଆଦେଶକୁ ଅବମାନନା କରି ମଥୁରା କଟକରେ ବେଆଇନ ଭାବରେ ମାଦକ ଦ୍ରବ୍ୟର ବହୁଳତା ଯୋଗୁଁ ଯୁବ ସମାଜ ପଥ ଭ୍ରଷ୍ଟ ହେଉଛନ୍ତି । ସହରର ପରିମଳ ସମସ୍ୟା ଏଭଳି ହୋଇଛି ଯେ, ମହାମାରୀ ବ୍ୟାପିବାର ଭୟ ରହୁଛି । ଏହା ସାଙ୍ଗକୁ ନାରୀମାନଙ୍କ ସୁରକ୍ଷା ପାଇଁ ମଥୁରାପୁରରେ ଏକ ମହିଳା ଥାନାର ଜରୁରୀ ଆବଶ୍ୟକତା ରହିଛି ମହାରାଜା ବୋଲି ବରଗଡ଼ ମହିଳା ସମିତି କଂସ ମହାରାଜାଙ୍କୁ ରାଜଦରବାରରେ ଦୃଷ୍ଟି ଆକର୍ଷଣ କରି ଆଶୁ ବ୍ୟବସ୍ଥା ନିମନ୍ତେ ନିବେଦନ ଜଣାଇଥିଲେ । ମଥୁରାନଗରର ସୁରକ୍ଷା ପାଇଁ ମହିଳା ସମିତି ବେଶ ସଚେତନ ହୋଇ କାମ କରୁଥିବାରୁ କଂସ ମହାରାଜ ପ୍ରିତ ହୋଇ ସାଧୁବାଦ ଜଣାଇବା ସାଙ୍ଗକୁ ଅବିଳମ୍ବେ ପଦକ୍ଷେପ ନେବାକୁ ଅଧସ୍ତନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମହିଳା ସମିତିର ସଭାନେତ୍ରୀ ଅଞ୍ଜନା ଦାସ ସମସ୍ୟା ପତ୍ର ପାଠ କରିଥିଲେ । ସଭ୍ୟାବୃନ୍ଦ ସୁଧାଂଶୁବାଳା ଦାଶ, ମମତା ମିଶ୍ର, ପଦ୍ମିନୀ ସାହୁ, ଦିବ୍ୟକାନ୍ତି ଭୋଇ, ମନ୍ଦାକିନୀ ପତି, ଜୟଗୀତା ପଣ୍ଡା, ଇନ୍ଦ୍ରାଣୀ ଶତପଥୀ, ସରିତ ସାଲୋନୀ, ସସ୍ମିତା ପଟ୍ଟନାୟକ, ଜୟନ୍ତୀ ପ୍ରଧାନ, ତନିମା ଦାଶ, ପଦ୍ମିନୀ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.