ରଘୁନାଥପଲ୍ଲୀ ଓ ରାଉରକେଲା ଅଂଚଳର ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ଉପରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର କମ୍ ସଚିବଙ୍କୁ ପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଏକ ଚିଠି ଓଡ଼ିଶା ସରକାର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର କମ୍ ସଚିବଙ୍କୁ ରଘୁନାଥପଲ୍ଲୀ ଓ ରାଉରକେଲା ଅଂଚଳର ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ଉପରେ ପତ୍ର ଲେଖିଛନ୍ତି । ଏହି ପତ୍ରରେ ପଶ୍ଚିମ ଓଡିଶା, ଝାଡ଼ଖଣ୍ଡ, ଛତିଶଗଡ ଅଂଚଳର ବହୁ ଲୋକ ଦାନ୍ତ ଜନିତ ସମସ୍ୟାର ଚିକିତ୍ସା ପାଇଁ ରାଉରକେଲା ଆସୁଥିବା ଉଲ୍ଲେଖ କରାଯାଇଛି । ଜନତାଙ୍କ ଆବଶ୍ୟକ ପୂରଣ ପାଇଁ ରାଉରକେଲାରେ ଦାନ୍ତ ଚିକିତ୍ସା ପାଇଁ ଏକ ଡେଣ୍ଟାଲ ହସ୍ପିଟାଲ୍ ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରାଯାଇଛି । ରଘୁନାଥପଲ୍ଲୀ ନିର୍ବାଚନ କ୍ଷେତ୍ର ଅନ୍ତର୍ଗତ ସୋନାପର୍ବତ, ଆଇଡିଏଲ୍, ଫର୍ଟିଲାଇଜର, ଜଳଦା, ଲାଠିକଟା, ଆଦି ଅଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ଓ ଆଦିବାସୀଙ୍କ ସ୍ଵାସ୍ଥ୍ୟ ସେବା ପାଇଁ ଏକ ହସ୍ପିଟାଲର ଆବଶ୍ୟକତା ରହିଛି । ଇସ୍ପାତ କାରଖାନା ତରଫରୁ ସେକ୍ଟର – ୨୨ର ଏକ ଦୁଇ ମହଲା ବିଶିଷ୍ଟ କୋଠା ରାଉରକେଲା ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି ଏଣୁ ଏହି କୋଠାକୁ ଉପୋରକ୍ତ ଜନତାଙ୍କ ସ୍ଵାସ୍ଥ୍ୟ ସେବା ପାଇଁ ଏକ ୨୪ x ୭ ହସ୍ପିଟାଲ କରିବା ପାଇଁ ଅନୁରୋଧ କରାଯାଇଛି । ଏହା ସହିତ ରାଉରକେଲା ସରକାରୀ ଡାକ୍ତରଖାନା ପାଇଁ ଆବଶ୍ୟକୀୟ ଆଉଟ୍ ସୋର୍ସିଂ ଭେଣ୍ଡର ନିଯୁକ୍ତିରେ ସ୍ଥାନୀୟ ଭେଣ୍ଡରଙ୍କୁ ଟେଣ୍ଡରିଂରେ ଅଗ୍ରାଧିକାର ଦେବାପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.