ଲୋକଙ୍କ ସମସ୍ୟା ବୁଝିଲେ ଚାଉଲଶୁଖା ପଞ୍ଚାୟତ ସମିତି ସଭ୍ୟ

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲାର ଆଦିବାସୀ ବହୁଳ, ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ ଜଣାଶୁଣା । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଚାଉଲଶୁଖା ପଞ୍ଚାୟତର ସମିତି ସଭ୍ୟ ଗିରିରାଜ ସିଂ ମାଝୀ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ପଞ୍ଚାୟତର ସମସ୍ତ ଜନସାଧାରଣ ନିଜ ନିଜର ଅସୁବିଧା ଗିରିରାଜ ସିଂ ମାଝୀଙ୍କୁ ଜଣାଇଥିଲେ । ଆଗାମୀ ଦିନରେ ତୁରେକେଲା ବିଡ଼ିଓ ଏବଂ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଜଣାଇ ସବୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ତେବେ ଶତାଧିକ ଲୋକଙ୍କ ସମସ୍ୟା ବୁଝିଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.