ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବିଷମକଟକ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମମାନଙ୍କ ସେବାରେ ସରକାରଙ୍କ ସଶକ୍ତି କରଣ ପାଇଁ ରାୟଗଡା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ରଞ୍ଜନ କୁମାର ସାହୁ, ସଂଘମିତ୍ରା ପାତ୍ର, ସୁଜ୍ଞାନ ଦାସ, ସୁପ୍ରଭା ପଣ୍ଡା, ଚନ୍ଦନ ଗଦାନାୟକ, ଜଗନ୍ନାଥ ନାୟକଙ୍କ ନେତୃତ୍ୱରେ ବିଷମକଟକ କଲ୍ୟାଣୀ ମଣ୍ଡପଠାରେ ଭୀମ ଭୋଇ ସାମର୍ଥ ଅଭିଯାନ ୨୦୨୪ ଓ ୨୦୨୫ ବର୍ଷ ପାଇଁ ଆୟୋଜନ ହୋଇଥିଲା । ସମସ୍ତ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଗୁଣୁପୁର ଉପ ଜିଲ୍ଲାପାଳ କିରଣ ଦୀପ କୌର, ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ତହସିଲଦାର କେ. ଭେଙ୍କେଟେଶ୍ୱର ରେଡ୍ଡୀ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏଥିରେ ୧୧୭ ଜଣ ପଞ୍ଜିକରଣ କରିଥିଲେ । ବିଷମକଟକ ବ୍ଲକର ୨୦ଟି ପଞ୍ଚାୟତର ଭିନକ୍ଷମମାନେ ଏହି ସମର୍ଥରେ ଶିବିରରେ ଯୋଗଦେଇଥିଲେ । ବ୍ଲକର ସମସ୍ତ କର୍ମଚାରୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବି.ଏସ୍.ଓ ମୁନା ତାଡିଙ୍ଗି, ବି.ଆର୍.ଟି ଜୟନ୍ତ ବିଶ୍ୱାଳ, ସୁଧାକର ଗରଡ଼ିଆ, ବାସନ୍ତୀ ପ୍ରଭାଙ୍କ ଉପସ୍ଥିତରେ ଭିନ୍ନକ୍ଷମମାନଙ୍କୁ ସମସ୍ତ ସୁବିଧା ସହଯୋଗ ଯୋଗାଇବା ପାଇଁ ଭୀମ ଭୋଇ ସମର୍ଥ ଶିବିର କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ପୋଲିସ କର୍ମଚାରୀମାନେ ସହଯୋଗ କରିଥିଲେ ଓ ବହୁ ସଂଖ୍ୟାରେ ଭିନ୍ନକ୍ଷମମାନେ ଯୋଗଦେଇଥିଲେ ।