ଲୋକଙ୍କ ସେବାରେ ସଦା ସମର୍ପିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ଗ୍ରାମ ପଞ୍ଚାୟତରେ ନିଜର ସେବା ମନୋଭାବ ତଥା ଲୋକଙ୍କ ପ୍ରତି ସର୍ମପିତ କାର୍ଯ୍ୟର ପ୍ରତିଦାନ ସ୍ୱରୂପ ରୋମାଞ୍ଚ ସାହୁ (ରାଷ୍ଟ୍ର) ସରପଞ୍ଚ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନରେ ନିଜର ଧର୍ମପତ୍ନୀ ସରପଞ୍ଚ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲାର ପ୍ରଥମ ଗ୍ରାମୀଣ ପାର୍କ ଲୋକାର୍ପଣ କରିବାରେ ସେ ଥିଲେ ପ୍ରଥମ ସରପଞ୍ଚ । କେବଳ ଗ୍ରାମୀଣ ପାର୍କ ନୁହେଁ ବିଭିନ୍ନ ଜନାଭିମୁଖୀ ଯୋଜନାକୁ ସେ ସଫଳ ରୂପାୟନ କରିଥିଲେ । ତେଣୁ ପୁଣିଥରେ ତାଙ୍କ ପରିବାର ଉପରେ ଲୋକ ଆସ୍ଥା ପ୍ରକଟ କରିଛନ୍ତି । ରାଷ୍ଟ୍ର ଜଣେ ସଚ୍ଚୋଟ ସେବକ ହୋଇଥିବା କାରଣରୁ ସେ ସମସ୍ତ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ବିଜୟୀ ହେଇଛନ୍ତି । ଅଧା ରହିଥିବା ଅନେକ ବିକାଶର ଯୋଜନାକୁ ସେ କାର୍ଯ୍ୟକାରୀ କରିବେ ବୋଲି ନିଜ ପ୍ରତିକ୍ରିୟା ଦେଇଥିବା ବେଳେ ପଞ୍ଚାୟତ ବାସୀଙ୍କୁ ନିଜର କୃତଜ୍ଞତା ଅର୍ପଣ କରିଛନ୍ତି ।

Leave A Reply

Your email address will not be published.