ଯୁବଜ୍ୟୋତି କଳା ପରିଷଦ ତରଫରୁ ବୋଲବମ୍ ଭଜନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରମୁଖ ମ୍ୟୁଜିକ ଅନୁଷ୍ଠାନ ଯୁବଜ୍ୟୋତି କଳା ପରିଷଦ ତରଫରୁ ଗୁରୁ ଦେବେନ୍ଦ୍ର ରଣାଙ୍କ ତତ୍ୱାବଧାନରେ ସେକ୍ଟର -୨ ଏନଏସି ମାର୍କେଟ ଠାରେ ଅବସ୍ଥିତ ଶିବ ଓ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ଏକ ଭଜନ ସମାରୋହର ଆୟୋଜନ ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବରେ ଏକାଧାରରେ ଗୀତିକାର, ଲେଖକ, କବି ପ୍ରତାପ ରୁଦ୍ର ତ୍ରିପାଠୀ ଯୋଗଦେଇ ଶିବତତ୍ଵ ଉପରେ ଆଲୋକପାତ କରିଥିଲେ । ସଂଯୋଜିକା ମାନସୀ ଦେଙ୍କ ସଂଯୋଜନାରେ କଣ୍ଠଶିଳ୍ପୀ ସରୋଜିନୀ ପତି, ଲିଲି ରାଣୀ ପଣ୍ଡା, ଦିଲ୍ଲିପ ପୃଷ୍ଟି, ରାକେଶ ପତି, ସ୍ଵର୍ଣ୍ଣ ଜ୍ୟୋତି ପ୍ରମୁଖ ଭଜନ ପରିବେଷଣ କରିଥିଲେ ।

jittmm
Leave A Reply

Your email address will not be published.