om academy

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଲୁମିନ୍ ସମାରୋହ

jsm
  • ଏହାକୁ ସ୍ଵୟଂଚାଳିତ ମହାବିଦ୍ୟାଳୟ ରୂପେ ମାନ୍ୟତା ପାଇଁ ଦାବୀ ଉଠିଛି

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଲୁମିନ୍ ସମାରୋହରେ ରବିବାର ଦିନ କଲେଜ କମ୍ୟୁନିଟ୍ ହଲ୍‌ରେ ସମାହିତ ହୋଇଯାଇଛି । ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ତରଫରୁ ମୋ-କଲେଜ୍ ତଥା ପୁରାତନ ଛାତ୍ର ସଂସଦର ମିଳିତ ସହଯୋଗରେ ସଂଗଠିତ କାର୍ଯ୍ୟକ୍ରମରେ ବହୁ ଜ୍ଞାନୀଗୁଣି ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇ ନିଜର ଅଭିଜ୍ଞତା ସ୍ୱରୂପ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବିଶେଷ କରି ଏହି ଆଲୁମିନ୍ ସମାରୋହରେ ଶିକ୍ଷାର ବିକାଶ ଦିଗରେ ଆଲୋଚନା ହୋଇଥିବା ସାଂଗକୁ ମହାବିଦ୍ୟାଳୟର ଉନ୍ନତି ବିଧାନ ଉପରେ ଆଲୋଚନା ହୋଇଥିଲା । ପ୍ରଥମେ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ ସ୍ୱରୂପ ଏହି ଆଲୁମିନ୍ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରାଯାଇଥିଲା । ମୋ- କଲେଜ୍ ତଥା ଆଲୁମିନ୍ କୋ- ଅର୍ଡିନେଟର୍ ଡ. ସୁରଚିତା ପଟ୍ଟନାୟକ ଅତିଥିମାନଙ୍କୁ ସଭାମଞ୍ଚକୁ ମଞ୍ଚାସୀନ ହେବାକୁ ଆହ୍ୱାନ କରିଥିଲେ ଏବଂ ଆଲୁମିନ୍ ସମାରୋହର ଆୟୋଜନ କରିବାର ଆବଶ୍ୟକତା ଓ ଉଦ୍ଦେଶ୍ୟ ସଂପର୍କରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ । ପ୍ରଥମେ ଆବାହକ ତଥା ଗଣିତ ବିଭାଗ ଅଧ୍ୟାପକ ଡ. ଅଜିତ୍ କୁମାର୍ ସେଠୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । କଲେଜ୍ ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆନୁଷ୍ଠାନିକ ସମାରୋହରେ ଜାତୀୟସ୍ତରରେ ପୁରସ୍କୃତପ୍ରାପ୍ତ ସଫଳ ଉଦ୍ୟୋଗୀ ରାଜେନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମହାବିଦ୍ୟାଳୟର ଅଭିବୃଦ୍ଧିରେ ପୁରାତନ ଛାତ୍ରମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ପୁରାତନ ଛାତ୍ର ସଂସଦ ସଭାପତି ଆଇନଜୀବୀ ବ୍ରଜମୋହନ ଆଚାର୍ଯ୍ୟ, କଲେଜ୍ ଷ୍ଟାଫ୍ ତଥା ପ୍ରଶାସନିକ ଅଧିକାରୀ ଡ. ପିଙ୍କିରାଣୀ ଦେଈ ଯୋଗଦେଇ ମହାବିଦ୍ୟାଳୟର ବିକାଶ ଦିଗରେ ପୁରାତନ ଛାତ୍ର ସଂସଦ ଏକ ସେତୁ ଭଳି କାର୍ଯ୍ୟ କରିବ ବୋଲି କହିଥିଲେ । ପୂର୍ବତନ ଛାତ୍ର ସଂସଦ ପକ୍ଷରୁ ସର୍ବ ବରିଷ୍ଠ ପୂର୍ବତନ ଛାତ୍ର ଆଡଭୋକେଟ୍‌ ଆଦିତ୍ୟ ନାରାୟଣ ମିଶ୍ର, ମନୋଜ ପାଢ଼ୀ, ପି. ଧର୍ମା ରେଡ୍ଡୀ, ପ୍ରଶାନ୍ତ କୁମାର ଶତପଥୀ, ଡ. ରାଜେନ୍ଦ୍ର ଦାସ୍, ଚିନ୍ମୟ ଦାଶ, ଏମ୍. ଧନଞ୍ଜୟ ରେଡ୍ଡୀ, ଲକ୍ଷ୍ମୀ ପଣ୍ଡା, କିଶୋର ସେନାପତି, ଇଜୁ ଅମିନ୍ ଖାନ୍, ସାମ୍ୱାଦିକ କେ. ସତ୍ୟନାରାୟଣ ରେଡ୍ଡୀ, ସାମ୍ୱାଦିକ ସମୀର ଆଚାର୍ଯ୍ୟ, ଅଜିତ୍ ସ୍ୱାଇଁ, କମଲ ପଣ୍ଡା, ଛାତ୍ରୀ ପ୍ରିୟ ଦର୍ଶିନୀ ପାତ୍ର ପ୍ରମୁଖ ନିଜ ନିଜର ମତାମତ ପ୍ରଦାନ କରି କଲେଜର ବହୁମୁଖୀ ଉନ୍ନତି ବିଧାନ ଉପରେ ଦର୍ଶାଇଥିଲେ । ଏପରିକି ବହୁ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇ ନିଜର ଅଭିଜ୍ଞତାକୁ ଭିତ୍ତି କରି ମହାବିଦ୍ୟାଳୟର ସର୍ବବିଧ ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରସ୍ତାବ ଆଣିଥିେଏ । ଏହି ମହାବିଦ୍ୟାଳୟକୁ ସ୍ଵୟଂଚାଳିତ ମହାବିଦ୍ୟାଳୟ ରୂପେ ମାନ୍ୟତାପ୍ରାପ୍ତ ପାଇଁ ପଦକ୍ଷେପ ଓ ଉଦ୍ୟମ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଏତତ୍‌ବ୍ୟତୀତ ଏହି କଲେଜରେ ସମାଜ ବିଜ୍ଞାନ, ଗୃହ ବିଜ୍ଞାନ, ଶିକ୍ଷା ବିଭାଗରେ ସମ୍ମାନ, ଆଇ. ଆର୍. ପି. ଏମ୍. ଏବଂ ସାମ୍ବାଦିକତା ଗଣ ଯୋଗାଯୋଗ ପାଠ୍ୟକ୍ରମ ବିଭାଗ ଖୋଲିବାକୁ ପ୍ରସ୍ତାବ ଆଗତ ହୋଇଛି । ଏ ସମସ୍ତ ବିଷୟରେ କଲେଜ୍ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଚଳିତ ବର୍ଷ କଲେଜର ସୁବର୍ଣ୍ଣ ଜୟନ୍ତୀ ସମାରୋହ ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ କରିବା ପାଇଁ ଆଲୋଚନା ହୋଇଛି । ଏ ଦିଗରେ କଲେଜ୍ କର୍ତ୍ତୃପକ୍ଷ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଶେଷରେ ଏହି ଆଲୁମିନ୍ ସମାରୋହରେ ଉପସ୍ଥିତ ସମସ୍ତ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ପ୍ରଶାସନିକ ଅଧିକାରୀ ତଥା ଅର୍ଥନୀତି ଅଧ୍ୟାପିକା ଡ. ପିଙ୍କିରାଣୀ ଦେଈ ସାଧୁବାଦ ସହ ଧନ୍ୟବାଦ୍ ଜଣାଇଥିଲେ ।

Leave A Reply

Your email address will not be published.