oom

ଗୋପବନ୍ଧୁ ସ୍ପୋଟିଂ କ୍ଲବର ଗଣତନ୍ତ୍ର ଦିବସ ସମାରୋହ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଗୋପବନ୍ଧୁ ସ୍ପୋଟିଂ କ୍ଲବ ତରଫରୁ ୭୫ତମ ଗଣତନ୍ତ୍ର ଦିବସ ସମାରୋହ ଗୋପବନ୍ଧୁ ପାଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ଅଧ୍ୟକ୍ଷ ଶେକ୍ ହୁସେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ବିରେନ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ ଜନ ସମୁଦାୟକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପିସିସି ସଭ୍ୟ ରବି ରାୟ, ଦେବବ୍ରତ ବିହାରୀ, ସନ୍ତୋଷ ବିଶ୍ୱାଳ, ଡାକ୍ତର ସରିତା ଟିଗା, ଇଂ. ଖଦାଳ ସେଠି, ସାମ୍ବାଦିକ କୁଞ୍ଜବିହାରୀ ରାଉତ, କୈଳାଶ ସାହୁ, ଆର୍‌ପି ସିଂ ପ୍ରମୁଖ ଯୋଗଦେଇ ଗଣତନ୍ତ୍ର ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ଉକ୍ତ ଅଞ୍ଚଳର ୩୦ରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶତାଧିକ ଅସହାୟ ବୟସ୍କ ଲୋକଙ୍କୁ କମ୍ବଳ ବିତରଣ କରାଯାଇଥିଲା । କ୍ଲବର ଉପସଭାପତି ଶେକ୍ ସମିର, ସାଧାରଣ ସଂପାଦକ ବିବେକ ସାହୁ, କୋଷାଧ୍ୟକ୍ଷ ଇଂ ଚନ୍ଦନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳ୍ପତରୁ ପଣ୍ଡା, ଶ୍ୟାମ ସୁନ୍ଦର ସାମନ୍ତ, ମୋତିଲାଲ ସାହୁ, କେଏସ୍‌ଏନ୍‌ ମୂର୍ତ୍ତି, ଆବିଦ ହୁସେନ, ମନୋଜ ପ୍ରସାଦ, ପ୍ରତିମା ପାଣିଗ୍ରାହୀ, ଗୀତା ବେଜ, ସୁବଳ ବାସୁରୀ, ସୁଧିର ନାଥ ଓ ରମେଶ ଗୁପ୍ତା, ଭୀମ ମାହାତୋ, ଦିଲ୍ଲୀପ ଜେନା ପ୍ରମୁଖଙ୍କ ସମେତ ଅନେକ ନେତୃ ସ୍ଥାନୀୟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.