ରାଉରକେଲା, (ସସ୍ମିିତା ପ୍ରଧାନ) : ସହରର ସାମାଜିକ ତଥା ସହିଦଙ୍କ ପ୍ରତି ସମର୍ପିତ ଅନୁଷ୍ଠାନ ଉଦାହରଣ ଟ୍ରଷ୍ଟ ତରଫରୁ ଆସନ୍ତା ୨୨ ତାରିଖରେ ଦ୍ୱିତୀୟ ସହିଦ ସମ୍ମାନ ସମାରୋହ ୨୦୨୪ ସ୍ଥାନୀୟ ସିଭିକ୍ ସେଣ୍ଟରଠାରେ ଅନୁଷ୍ଠିତ ହେବ ବୋଲି ସେକ୍ଟର୪ ସ୍ଥିତ ଲୀଲା ହୋଟେଲଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ପ୍ରାକ୍ତନ ସିଆର୍ପିଏଫ୍ ଡିଆଇଜି ଦୟାନିଧି ତନ୍ତୀ ଓ ଟ୍ରଷ୍ଟି ଆର୍ଏସ୍ପିର ପ୍ରାକ୍ତନ ମୁଖ୍ୟ ପ୍ରୋଟୋକଲ ଚନ୍ଦ୍ରଶେଖର ଶତପଥୀ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଗତବର୍ଷ ଆମ ଅନୁଷ୍ଠାନ ୧୩ ଜଣ ସହିଦଙ୍କ ପରିବାରକୁ ସମ୍ମାନିତ କରିଥିବା ବେଳେ ଚଳିତ ବର୍ଷ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ୮ଜଣ ସହିଦ ପରିବାରକୁ ସମ୍ମାନିତ କରାଯିବ । ସହିଦଙ୍କ ମଧ୍ୟରେ ବାଲିଶଙ୍କରା ବ୍ଲକରୁ ଡେଭିଡ କେରକେଟା ଓ ରାଜେଶ କୁମାର ଏକ୍କା, କୁତ୍ରା ବ୍ଲକର ପରମେଶ୍ୱର ଲାକ୍ରା, ଟାଙ୍ଗରପାଲୀ ବ୍ଲକର ବିକ୍ରମ ମିଞ୍ଜ, ଆନନ୍ଦପୁରର ସୁଶାନ୍ତ ଖୁଣ୍ଟିଆ, ରାଜଗାଙ୍ଗପୁର ବ୍ଲକର କ୍ରୀଷ୍ଣା ତିର୍କି ଓ ଅଞ୍ଚିତ କୁମାର ତିର୍କି, ବନ୍ଧମୁଣ୍ଡା ବ୍ଲକର ଶୁଶିଲ କୁମାର ପାତ୍ରଙ୍କ ପରିବାରକୁ ସମ୍ମାନିତ କରାଯିବ । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ସହିଦଙ୍କ ପରିବାରକୁ ସେମାନଙ୍କ ଗ୍ରାମରେ ସାକ୍ଷାତ କରି ରାଉରକେଲାକୁ ଆସିବା ପାଇଁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ ବୋଲି ଜଣାପଡିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଶ୍ରୀ ତନ୍ତୀ, ଟ୍ରଷ୍ଟି ଶ୍ରୀ ଶତପଥିଙ୍କ ବ୍ୟତୀତ ସାଧାରଣ ସମ୍ପାଦକ ସଙ୍କୀର୍ତ୍ତନ ଜୟପୁରିଆ, କୋଷାଧ୍ୟକ୍ଷ ରୋହିତ କୁମାର ମହାନନ୍ଦିଆ, ସଭ୍ୟ ବିଶ୍ୱଜିତ ଜେନା, ସଞ୍ଜୟ ପ୍ରଧାନ, ଅଶ୍ୱିନୀ କୁମାର ଶାସିନୀ, ଉଚ୍ଛବ କୁମାର ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦେବା ପାଇଁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି ।