
ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଅନଳିଆ ପଞ୍ଚାୟତ ଅନ୍ତର୍ଗତ ସନ୍ତୋଷୀ ମାତା ନିଉ ମାର୍କେଟ ନୂଆହାଟଠାରେ ୬ ଦିନ ବ୍ୟାପୀ ୪୨ତମ ସାର୍ବଜନୀନ ସନ୍ତୋଷୀ ମାତା ପୂଜୋତ୍ସବ ସମାରୋହ ଅନୁଷ୍ଠିତ ହୋଇଛି । ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ହରେନ୍ଦ୍ର ନାଥ ଦାସଙ୍କ ପୌରହିତ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଯାପନୀ ସଭା ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ପଟାଶପୁର ବିଧାୟକ ଉତ୍ତମ କୁମାର ବାରିକ, ମୁଖ୍ୟବକ୍ତା ଭାବେ ଓଡ଼ିଶାର ବାଲେଶ୍ଵର ଜିଲ୍ଲା ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ସମ୍ମାନିତ ଅତିଥି ଭାବେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲା ରାମନଗର-୧ ପଞ୍ଚାୟତ ସମିତି ଭୂମି କର୍ମଉଦ୍ୟୋଗ ଅଧ୍ୟକ୍ଷ ଜନ୍ନବ ଅବଦୂଲ ଖାଲେଦ କାଜି, ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର କଣ୍ଟାଇ ଫିସାରମେନ ଆସୋସିଏସନ୍ ଅଧ୍ୟକ୍ଷ ଜନ୍ନବ ଅଲ୍ଲୀ, ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ୩୩ ନଂ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା, ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲା ରାମନଗର ବ୍ୟବସାୟୀ ସଙ୍ଘ ସମ୍ପାଦକ ରବିନ୍ଦ୍ର ଓ ଉପାଧ୍ୟକ୍ଷ ଦୀପକ, ଅନଳିଆ ପଞ୍ଚାୟତ ସମିତି ସଦସ୍ୟା ଅଞ୍ଜଳି ପାଢ଼ୀ ପ୍ରମୁଖ ଯୋଗ ଦେଇ ନାରୀ ଜାତିର ଶ୍ରେଷ୍ଠତ୍ଵ ଏବଂ ଓଡ଼ିଶା-ପଶ୍ଚିମବଙ୍ଗର ଭାଇଚାରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସନ୍ତୋଷୀ ମାତା ପୂଜା କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସେଠୀ ମଞ୍ଚ ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ସୁବାସ ଜେନା ସ୍ଵାଗତ ଭାଷଣ, ସମ୍ପାଦକ ଅଶୋକ କୁମାର ଗିରି ବିବରଣୀ ପଠନ ଓ କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ଶିକ୍ଷକ ସୁଧାଂଶୁ ଶେଖର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବାଲେଶ୍ଵର ସଙ୍ଗୀତ ସୁର ମିଳନ ମେଲୋଡି ଗୃପର କଳାକାରମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ବେଳେ ଓଡ଼ିଆ ଟେଲି ଫିଲ୍ମର ବହୁଚର୍ଚ୍ଚିତ ନାୟିକା ‘ଝିଲି’ଙ୍କ ଆକର୍ଷଣୀୟ ନୃତ୍ୟ ଓ ଅଭିନୟରେ ହଜାର ହଜାର ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଝୁମିଥିଲେ । ରାଜକିଶୋର ମହାନ୍ତି, ରବୀନ୍ଦ୍ର କୁମାର ଗିରି, ହରିହର ରାଉଳ, ତପନ କୁମାର ପାତ୍ର, ରଞ୍ଜନ କୁମାର ଗିରି, କାହ୍ନୁଚରଣ ଜେନା, ଗୌରୀଶଙ୍କର ବାରିକ, ଖୁଦିରାମ ମହାନ୍ତି, ମନ୍ମଥ ତୋଳା, ଅମୂଲ୍ୟ ମହାନ୍ତି ପ୍ରମୁଖଙ୍କ ସମେତ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।