jayashree

ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ସାରସ୍ଵତ ସମାରୋହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ସାରସ୍ଵତ ସାଧକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ ସଭାପତିତ୍ୱରେ ଏକ କବିତା ପାଠ ଉତ୍ସବ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ନାଟ୍ୟକାର ହେମନ୍ତ କୁମାର ଛୋଟରାୟ, ମୁଖ୍ୟ ବକ୍ତା ରୂପେ ବରିଷ୍ଠ ସାରସ୍ଵତ ସାଧକ ପ୍ରଭାତ ଚନ୍ଦ୍ର ରଥ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ରମେଶ ଚନ୍ଦ୍ର ଦାଶ, ବିପିନ ବିହାରୀ ସାହୁ, କୁଞ୍ଜ ବିହାରୀ ସାହୁ, ବିଶ୍ଵ ପ୍ରକାଶ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶିଶୁ, କିଶୋର ସାହିତ୍ୟିକମାନଙ୍କୁ ଉତ୍ସାହିତ କରିବା ସାହିତ୍ୟର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଶିଶୁ ଜ୍ୟୋତି ପତ୍ରିକାର ଦିବଂଗତ ସମ୍ପାଦକ ପଦ୍ମଚରଣ ଖୁଣ୍ଟିଆ ଓ ଶିଶୁ ସାହିତ୍ୟିକ ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହି ସଭାରେ କବି ଚନ୍ଦ୍ରଶେଖର, ପ୍ରଭାତ ସେଠୀ, ରୋହିତ ଚମ୍ପତ୍ତି, ସୁଭଦ୍ରା ନାୟକ, କୃଷ୍ଣ ମହାପାତ୍ର, ପ୍ରଭାସିନୀ ମିଶ୍ର, ସନ୍ତୋଷ କୁମାର ଦାଶ, ରମେଶ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ସ୍ୱଲିଖିତ କବିତା ପାଠ କରିଥିଲେ । ଅତିଥିମାନଙ୍କ ଦ୍ଵାରା ଗ୍ରାମ୍ୟରମ୍ୟ ଦ୍ଵିତୀୟ ବାର୍ଷିକ ପତ୍ରିକା ଓ ଆମପର୍ବପର୍ବାଣି ପୁସ୍ତକ ଉନ୍ମୋଚନ ହୋଇଥିଲା । ଶିଶୁ ସାହିତ୍ୟକ ତଥା ଅନୁଷ୍ଠାନର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାଶ ବାର୍ଷିକ ବିବରଣୀ ପାଠ ଓ ସଂଯୋଜନା କରିଥିଲେ । ସୁଶ୍ରୀ ସରସ୍ଵତୀ ଜୟସିଂହ ଓ ନିବେଦିତା ଜେନା ଅତିଥି ଆମନ୍ତ୍ରଣ, ପରିଚୟ ପ୍ରଦାନ ଓ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଶତାଧିକ ଶିଶୁ କିଶୋର କବି/ କବୟିତ୍ରୀମାନେ ଅଂଶଗ୍ରହଣ କରି ସ୍ଵରଚିତ କବିତା ଆବୃତି କରିଥିଲେ । ଅନୁଷ୍ଠାନ ପକ୍ଷରୁ ସମସ୍ତ ଶିଶୁ କିଶୋର ପ୍ରତିଭା ସାରସ୍ଵତମାନଙ୍କୁ ପ୍ରଶଂସା ପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ କରାଯାଇଥିଲା । ଶିକ୍ଷାବିତ୍‌ ତଥା କବି ଗୋପାଳ ଚନ୍ଦ୍ର ମାହାପାତ୍ର ଏହାର ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.