ବେଲପଡା ନବୋଦୟ ସ୍କୁଲରେ ବାର୍ଷିକ କ୍ରୀଡା ସମାରୋହ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ନବୋଦୟ ସ୍କୁଲରେ ୩୫ତମ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି, ବିଡିଓ ଭିକ୍ଟର ସୋରେନ, ଜିଲ୍ଲା ଯୋଜନା କାର୍ଯ୍ୟାଳୟ ଉପନିର୍ଦ୍ଦେଶକ ସଞ୍ଜୟ ଦୀପ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ସଞ୍ଜୀବ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅଧ୍ୟକ୍ଷ ମଣିକନ୍ଦନ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.