om academy

ପୂଜ୍ୟପୂଜା ସେବା ସଂଗଠନ ତରଫରୁ ମହାଳୟା ଅବସରରେ ସାମୁହିକ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂଜ୍ୟପୂଜା ସେବା ସଂଗଠନ ବଲାଙ୍ଗିର ତରଫରୁ ସ୍ଥାନୀୟ ଟେଲିକୋଟପଡା ଠାରେ ମହାଳୟା ଅବସରରେ ସାମୁହିକ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନୀଳମଣି ମିଶ୍ର ଯୋଗଦେଇ ଶ୍ରଦ୍ଧାରୁ ଶ୍ରାଦ୍ଧ ଓ ଶ୍ରଦ୍ଧାଞ୍ଜଳି, ତେଣୁ ସହରର ଦିବଙ୍ଗତ ଆତ୍ମାଙ୍କୁ ସାମୁହିକ ଶ୍ରଦ୍ଧାଞ୍ଜଳି ଜଣାଇବାର ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ନିଆରା ଓ ପ୍ରଶଂସନୀୟ ବୋଲି ମତ ବ୍ୟକ୍ତ କରିଥିଲେ । ସହରର ଅନେକ ଶ୍ରଦ୍ଧାଳୁ ନିଜ ପରିବାରର ଦିବଙ୍ଗତଙ୍କ ଫୋଟୋଚିତ୍ର ନେଇ ଏଠାକୁ ଆସିବା ପରେ ସାମୁହିକ ଭାବରେ ସମସ୍ତଙ୍କୁ ଦୀପଦାନ ଓ ପୁଷ୍ପ ଅର୍ପଣ କରାଯାଇଥିଲା । ସଂପାଦକ ମଧୁ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରତ୍ନମୟ ତ୍ରିପାଠୀ । କାର୍ଯ୍ୟକ୍ରମକୁ ସଫଳ କରିବାରେ ମଦନ ମୋହନ ରଥ, ଦୁର୍ଗା ସାହୁ, ଅରୁଣ ଖୁଆସ, ଚୂଡେଦ୍ର ବେହେରା, ସୁନାଧର ବନଛୋର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ଅନେକ ଶ୍ରଦ୍ଧାଳୁ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଡାକ୍ତର ଅଶୋକ ସେଠି ।

Leave A Reply

Your email address will not be published.