-ନୂତନ ସଭାପତି ହେଲେ ଶୈଳେଶ ଗୋଏଲ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଡି ଏନ ରିସର୍ଟ ଠାରେ ଜେସିଆଇ ଟିଟିଲାଗଡ଼ ସିଟିର ୧୮ ତମ ପ୍ରତିଷ୍ଠା ଦିବସ ଓ ପୁରସ୍କାର ବିତରଣ ସମାରୋହ ସଭାପତି ବିକାଶ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନି, ମୁଖ୍ୟ ବକ୍ତାଭାବେ ଜେସିଆଇ ଜେଡପି ଜୋନ ୨୭ ଜେସି ପ୍ରଣବ ଲାଠ, ଇନଷ୍ଟଲେଶନ ଅଫିସର ଭାବେ ଜେଡଭିପି ଜୋନ ୨୭ ଜେଶି ରୁପମ ଦାସ, ପୂର୍ବତନ ସଭାପତି ତ୍ରିଲୋକ ଜୈନ, ଫାଉଣ୍ଡର ସଭାପତି ଗୋପାଳ ଜୈନ, ସମ୍ପାଦକ ସୁରେନ୍ଦ୍ର ଜୈନ, ରାହୁଲ ଜୈନ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଥମେ ଗଣେଶଙ୍କ ମୂର୍ତ୍ତିରେ ଦୀପ ପ୍ରଜ୍ୱଳନ କରିବା ପରେ ମଞ୍ଚାସିନ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ଇସିକା ଅଗ୍ରୱାଲ । ତା’ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଜେସି ମହେଶ (ବିଟୁ) ଅଗ୍ରୱାଲ । ପ୍ରଥମେ ସଭାପତି ବିକାଶ ଜୈନ ବାର୍ଷିକ ବିବରଣୀ ପ୍ରଦାନ କରିବା ପରେ ଅତିଥିମାନେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ ବର୍ଷ ୨୦୨୫ – ୨୦୨୬ ପାଇଁ ନୂତନ ସଭାପତି ଶୈଳେଶ ଗୋଏଲଙ୍କୁ ଇନ୍ଷଲେଶନ ଅଫିସର ଶପଥ ପାଠ କରାଇଥିଲେ । ତା’ପରେ ବିକାଶ ଜୈନଙ୍କ ଠାରୁ ସଭାପତି ଭାବେ ଶୈଳେଶ ଗୋଏଲ ପଦ ଗ୍ରହଣ କରିଥିଲେ । ଏହି ଅବସରରେ ଟିଟିଲାଗଡ଼ର ଲାୟନ୍ସ କ୍ଲବ ସଭାପତି ସଞ୍ଜୟ ସୋନି, ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋଏଲ, ରାଧାକୃଷ୍ଣ ମନ୍ଦିର କମିଟି ସଭାପତି ପ୍ରକାଶ ଅଗ୍ରୱାଲ, ରୋଟାରୀ କ୍ଲବ ସଭାପତି, ଗୋଶାଳା ସେବାଶ୍ରମ ସଭାପତି ସତ୍ୟ ନାରାୟଣ ଗୁପ୍ତା, ଓମ ଭ୍ୟାଲି ଶିକ୍ଷାନୁଷ୍ଠାନର ଚିଫ କୋର୍ଡିନେଟର ରବିନ ଚନ୍ଦ୍ର ପରମାନିକ, ମେନେଜମେଣ୍ଟ ସଦସ୍ୟ ପ୍ରଦୀପ ମହାନ୍ତି, ହେଲୋ କିଡସ ପ୍ଲେ ସ୍କୁଲର ଅଧ୍ୟକ୍ଷ ଫେଜ ମହମ୍ମଦ, ଅଗ୍ରୱାଲ ସଭାର ପ୍ରକାଶ ଗୋଏଲଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସଭାପତି, ସମ୍ପାଦକ, ବୁଦ୍ଧିଜୀବୀ, ସମାଜସେବୀମାନେ ଉପସ୍ଥିତ ଥିଲେ ।