କମ୍ୟୁନିଷ୍ଟପାର୍ଟିର ଶତବାର୍ଷିକ ସମାରୋହ ପାଇଁ ସଫଳ ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ କମ୍ୟୁନିଷ୍ଟପାର୍ଟିର ଶତବାର୍ଷିକ ଉଦଯାପାନୀ ସମାରୋହ ପାଇଁ ସଫଳ ପ୍ରୟାସ ଜାରି ରହିଛି । ଛତ୍ରପୁର ଠାରେ ଚଳିତ ଡ଼ିସେମ୍ବର ୨୩ ତାରିଖରେ ବିଶାଳ ଜନସମାଗମର ସହ ଆୟୋଜିତ ହେବାକୁ ଥିବା ଏହି ସମାବେଶ ନିମନ୍ତେ ପାର୍ଟିର ବରିଷ୍ଠ ନେତ୍ତୃବର୍ଗ, କର୍ମୀ ମାନଙ୍କ ତରଫରୁ ତତ୍ପରତା ପ୍ରକାଶ ପାଇଛି । ଗତ ସୋମବାର ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନରେ ଏନେଇ ଛତ୍ରପୁରର ଆଞ୍ଚଳିକ କମିଟି ତରଫରୁ ଏକ ସଭା ସାଲା କ୍ରିଷ୍ଣା ରେଡ୍ଡୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଆଶିଷ କାନୁନଗୋ ଯୋଗଦେଇ ୨୫ତମ ପାର୍ଟିର କଂଗ୍ରେସ ନୀତି ନିର୍ଦ୍ଧାରଣ ଉପସ୍ଥାପନା କରିଥିଲେ । କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ଏବଂ ପୁଞ୍ଜିପତି ଶୋଷଣ ବିରୁଦ୍ଧରେ ଲଢେ଼ଇ କରିବାକୁ ଆହ୍ୱାନ ଦେଇଥିଲେ । ଆସନ୍ତା ଡ଼ିସେମ୍ବର ୨୩ ତାରିଖରେ କମ୍ୟୁନିଷ୍ଟ ପାର୍ଟିର ଶତବାର୍ଷିକ ସମାରୋହ ପାଇଁ ଶତ ପ୍ରତିଶତ ସଫଳ ରୂପାୟନ କରାଯିବା ନିମନ୍ତେ ବିଧିବଦ୍ଧ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା । ସିପିଆଇ ନେତା ତଥା ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ରାଜ୍ୟସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରକାଶ ପାତ୍ର, ଜିଲ୍ଲା ସମ୍ପାଦକ ଶ୍ରୀହର୍ଷ ରଥ, ଜିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାସ୍, ପ୍ରଦୀପ ସେଠୀ, ଜୋନ୍ ସମ୍ପାଦକ ଆଇନଜୀବୀ ଡି. ଆଦିନାରାୟଣ ରେଡ୍ଡୀ, ସହସମ୍ପାଦକ ରାଜେନ୍ଦ୍ର ନାହକ, ଦୁର୍ଯ୍ୟୋଧନ ପରିଡ଼ା, ନାରୀନେତ୍ରୀ ଏନ୍. ଭାନୁମତୀ ରେଡ୍ଡୀ, ଏନ୍. ଗିରି ପ୍ରସାଦ ରେଡ୍ଡୀ, ପ୍ରଫୁଲ୍ଲ ପାଣିଗ୍ରାହୀ, ଆଇନଜୀବୀ ଆଦିତ୍ୟ ମିଶ୍ର ପ୍ରମୁଖ ଯୋଗଦେଇ ସମାବେଶ ସମ୍ପର୍କରେ ବିଭିନ୍ନ ମତପୋଷଣ କରିଥିଲେ । ପାର୍ଟିର ଶତବାର୍ଷିକୀ ସମାରୋହ ପାଳନ ନିମନ୍ତେ ଉକ୍ତ ଦିନ ସନ୍ଧ୍ୟାରେ ଛତ୍ରପୁର ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନମାନଙ୍କ ଠାରୁ ଗଣପାଣ୍ଠି ସଂଗ୍ରହ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.