ଜିଲ୍ଲା ବ୍ରାହ୍ମଣ ମହାସଭାର ପଦ ମଣ୍ଡନ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ନବନିଯୁକ୍ତ କର୍ମକର୍ତ୍ତାମାନଙ୍କର ପଦ ମଣ୍ଡନ ସମାରୋହ ମହାସଭାର ଅଧ୍ୟକ୍ଷ ଧନଞ୍ଜୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆଜିକାର ସଭା ନବ ନିର୍ବାଚିତ ବ୍ରାହ୍ମଣ ସଭାର ପ୍ରଥମ ବୈଠକର ପ୍ରାରମ୍ଭ ଅଧ୍ୟକ୍ଷଙ୍କ ଓଁକାର ଧ୍ୱନୀ ସହିତ ଆୟୋଜିତ ହୋଇ ନବନିଯୁକ୍ତ ସଭ୍ୟମାନଙ୍କର ଶପଥପାଠ ମଂଚାସୀନ ମୁଖ୍ୟ ଅତିଥି ମହନ୍ତ ଶ୍ରୀବ୍ରଜମୋହନ ଶରଣ ଦେବ, ଉପଦେଷ୍ଟା ଗିରିଧାରି ଶତପଥି, ଧର୍ମସିଂହ ମିଶ୍ର, ଗୋପବନ୍ଧୁ ପୁରୋହିତଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଶ୍ୟାମ ସୁନ୍ଦର ଦାଶଙ୍କ ସଂଚାଳନରେ ହୋଇଥିବା ଏହି ସଭାରେ ସମସ୍ତ କର୍ମକର୍ତ୍ତାଙ୍କୁ ଉପଢୌକନ ଏବଂ ସମ୍ମାନ ସନନ୍ଦ ଶ୍ରୀ ଶ୍ରୀ ମହନ୍ତମହାରାଜ ଏବଂ ଉପଦେଷ୍ଟା ମଣ୍ଡଳିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ପରେ ଉପସ୍ଥିତ ସମସ୍ତ ସଭ୍ୟ ତଥା ବ୍ରାହ୍ମଣ ଦେବତାମାନଙ୍କର ଭଗବାନ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହଙ୍କୁ ମନ୍ତ୍ର ପୁଷ୍ପାଞ୍ଜଳି ଏବଂ ଆରତୀ ସମର୍ପଣରେ ଗୁଞ୍ଜରିତ ହୋଇଥିଲା । କର୍ମକର୍ତ୍ତା ବୃନ୍ଦ ମଂଚାସୀନ ହୋଇ ବ୍ରାହ୍ମଣ ମହାସଭାର ଉନ୍ନତି କଳ୍ପେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଭାରେ ବିରଂଚି ନାରାୟଣ ତ୍ରିପାଠୀ, ଗୋପବନ୍ଧୁ ଶତପଥୀ, ପଂଚାନନ ବେଦବାକ, ଅଶୋକ ମିଶ୍ର, ଚନ୍ଦ୍ର କୁମାର ପୁରୋହିତ, ରାମ ଶଙ୍କର ଶତପଥୀ, ଅଶୋକ ମିଶ୍ର (ବି), ଷଡାନନ ହୋତା, ସୁଶାନ୍ତ କୁମାର ପଣ୍ଡା, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ପ୍ରଭୁଦତ୍ତ ଶତପଥି, ବିଶ୍ୱନାଥ ମିଶ୍ର, ବାଳକୃଷ୍ଣ ଷଡଙ୍ଗୀ, କବିରାଜ ହୋତା, ଜୟବିହାରୀ ବେଦବାକ, ଗୋପବନ୍ଧୁ ପୁରୋହିତ, ଗିରିଧାରୀ ଶତପଥୀ, ଧର୍ମସିଂହ ମିଶ୍ର, ଶ୍ୟାମ ସୁନ୍ଦର ଦାଶ ଓ ସଭାପତି ଧନଞ୍ଜୟ ମିଶ୍ର ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନ ମାନଙ୍କରେ ମହାସଭା ତରଫରୁ ବ୍ରାହ୍ମଣ ସମାଜର ବିଭିନ୍ନ ଉନ୍ନତିମୂଳକ ଆଲୋଚନା ପରେ ସଂପାଦକଙ୍କ ଧନ୍ୟବାଦ ସହିତ ସଭାପତି ସଭା ସାଙ୍ଗ ଘୋଷଣା କରିଥିଲେ ।

Leave A Reply

Your email address will not be published.