oom

ବିପିୟୁଟି ପକ୍ଷରୁ ୧୧ତମ ସମାବର୍ତ୍ତନ ସମାରୋହ ଆସନ୍ତା ୫ରେ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଓଡିଶା ପକ୍ଷରୁ ୧୧ତମ ସମାବର୍ତ୍ତନ ସମାରୋହ ଆସନ୍ତା ୫ ତାରିଖ ଦିନ ସକାଳ ୧୦.୩୦ଟା ସମୟରେ ଅନୁଷ୍ଠିତ ହେବ । ଏନେଇ ବିପିୟୁଟି ପକ୍ଷରୁ ଆଜି ଅପରାହ୍ନରେ ବୋର୍ଡରୁମ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର ଅମୀୟ କୁମାର ରଥ ଆବଶ୍ୟକ ସୂଚନା ପ୍ରଦାନ କରି କହିଲେ ଯେ, ଓଡିଶାର ରାଜ୍ୟପାଳ ଏବଂ ବିଶ୍ୱବିଦ୍ୟାଳୟର କୁଳାଧିପତି ଡକ୍ଟର ହରିବାବୁ କାମ୍ଭମ୍‌ପାଟି ଏହି ସମାବର୍ତ୍ତନ ସଭାରେ ଅଧ୍ୟକ୍ଷତା କରିବାକୁ ସଦୟ ସମ୍ମତି ପ୍ରଦାନ କରିଛନ୍ତି । ଡକ୍ଟର ବିନୟ କୁମାର ଦାସ, ନିର୍ଦ୍ଦେଶକ ଜେନେରାଲ (ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ପ୍ରଣାଳୀ), ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ), ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଅଧ୍ୟକ୍ଷ, ଏଇଆର୍‌ଓ ଇଣ୍ଡିଆ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ସମାବର୍ତ୍ତନରେ ୟୁଜି ଏବଂ ପିଜି ପାଠ୍ୟକ୍ରମ, ପିଏଚ୍‌ଡ଼ି ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯିବ । ଏହା ସହିତ ବିଭିନ୍ନ ବିଭାଗର ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ । ୟୁଜି ଏବଂ ପିଜି କାର୍ଯ୍ୟକ୍ରମ ପାଇଁ ୨୦୨୩-୨୪ ପର୍ଯ୍ୟନ୍ତ ମୋଟ ୨୯୨୮୩ ଜଣଙ୍କୁ ପ୍ରମାଣପତ୍ର, ୧୯ ଜଣଙ୍କୁ ସ୍ୱର୍ଣ୍ଣ ପଦକ, ୩ ଜଣଙ୍କୁ ବିଶେଷ ସ୍ୱର୍ଣ୍ଣ ପଦକ, ୬୬ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡ଼ି ଡିଗ୍ରୀ ମଧ୍ୟ ପ୍ରଦାନ କରାଯିବ ବୋଲି ପ୍ର. ରଥ ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରେ ଇଞ୍ଜିନିୟରିଂ କ୍ଷେତ୍ରରେ ୩୦ ଜଣଙ୍କୁ, ମ୍ୟାନେଜମେଣ୍ଟ କ୍ଷେତ୍ରରେ ୬ ଜଣଙ୍କୁ, ଫାର୍ମାସିରେ ୨୭ ଜଣଙ୍କୁ, କମ୍ପ୍ୟୁଟର ଆପ୍ଲିକେସନ ଏବଂ ସାଇନ୍ସରେ ୩ ଜଣଙ୍କୁ ପିଏଚ୍‌ଡି ପ୍ରଦାନ କରାଯିବ ।ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରାଯାଇ ଆସୁଛି । ଇତି ମଧ୍ୟରେ ବି.ପି.ୟୁ.ଟି ଟେକ୍ କାର୍ନିଭାଲ୍, ବି.ପି.ୟୁ.ଟି ରିସର୍ଚ କନ୍‌କ୍ଲେଭ, ବି.ପି.ୟୁ.ଟି ପ୍ରୋଜେକ୍ଟ ଏକ୍‌ଜିଭିସନ୍‌ ଆୟୋଜିତ ହୋଇଯାଇଛି । ଚଳିତ ୨୦୨୪-୨୫ ବର୍ଷରେ ବି.ପି.ୟୁ.ଟି ହାକାଥନ୍, ବି.ପି.ୟୁ.ଟି ଇଣ୍ଡଷ୍ଟ୍ରି ଏକାଡେମିଆ କନ୍‌କ୍ଲେଭ ପ୍ରଭୃତି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳନା କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିପିୟୁଟି କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜ, ଆର୍ଥିକ ଅଧିକାରୀ ଶ୍ରୀମତୀ ସେବତୀ ଦଣ୍ଡସେନା, ପ୍ରଫେସର ପିୟୁଷ ରଞ୍ଜନ ଦାସ, ପ୍ରଫେସର ମାନସ ରଞ୍ଜନ ନାୟକ, ଡକ୍ଟର ସୁଜିତ କୁମାର ଖୁଣ୍ଟିଆ, ମନୋରଞ୍ଜନ ମହାପାତ୍ର, ସୂଚନା ଅଧିକାରୀ ପରମଜିତ୍ ସିଂହ, ପ୍ରଫେସର ଶିବକୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.