oom

ଏକ ଦିବସୟ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ ସମାରୋହ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହେପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ ସମରୋହ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ସର୍ବାଣୀ ଦାଶ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି, ପୁରୀ ଡ଼ିଆଇପିଆର୍‌ଓ ସନ୍ତୋଷ ସେଠି, ଶଙ୍କର ପରିଡା ପୂର୍ବତନ ବିଧାୟକ ଜୟନ୍ତ ସରଙ୍ଗୀ, ମହାରାଷ୍ଟ୍ରରୁ ଉଜାୱାଲା ଆବାୱାର, ଫିଲ୍ମ ନିର୍ମାତା, ସଞ୍ଜୟ ନାୟକ, ଆଦି ମାତା କଳ୍ପନା, ଶିକ୍ଷାବିତ୍‌ ଶଶଧର ପଣ୍ଡା, ପ୍ରଦୀପ ଚୌଧୁରୀ, ସମାଜସେବୀ ପାର୍ଥ ରାଉତ ଯୋଗ ଦେଇଥିଲେ । ରାଜ୍ୟର ବିଭିନ୍ନ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର, ଟ୍ରଫି ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ପ୍ରଗତି ପଥରେ ଭାରତ ଉପରେ ଆଲୋଚନା ହୋଇଥିଲା । ଶେଷରେ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.