jayashree

କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ ନିଯୁକ୍ତି ପତ୍ର ବଣ୍ଟନ ସମାରୋହ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଖପ୍ରାଖୋଲ ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଖପ୍ରାଖୋଲ ବ୍ଲକରେ କାର୍ଯ୍ୟରତ ୨୦୧୮ ବ୍ୟାଚ୍‌ର ୭୬ଜଣ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ ଆଦେଶନାମା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରକାଶ ଥାଉ କି ଗତ ତା ୨୯.୧୧.୨୪ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଲାଙ୍ଗିର ଜିଲ୍ଲାର କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ କରିବା ପାଇଁ ଡି.ଏଲ୍.ସିରେ ଆଲୋଚନା ହେବା ସହ କମିଟି ଏହାକୁ ଅନୁମୋଦନ କରିଥିଲା । ଖପ୍ରାଖୋଲ ଗୋଷ୍ଠି ଶିକ୍ଷାଧିକାରୀ ଶଙ୍କର ପ୍ରସାଦ ମାଝି ଅଫିସ ଅର୍ଡର ଚିଠି ନଂ ୧୬୪୫ / ତା-୧୯.୧୨.୨୪ ରିଖ ଅନୁଯାୟୀ ୭୩ ଜଣଙ୍କୁ ଏବଂ ଅର୍ଡର ଚିଠି ନଂ ୧୬୫୦ ତା-୧୯.୧୨.୨୦୨୪ ଅନୁଯାୟୀ ଅନ୍ୟତ୍ର ବଦଳି ହୋଇଥିବା ୩ ଜଣଙ୍କୁ ନିରବଚ୍ଛିନ୍ନ ଏବଂ ସୂଚାରୁ ରୂପେ ଯେଉଁ ଦିନ ପର୍ଯ୍ୟନ୍ତ ୬ ବର୍ଷ କାର୍ଯ୍ୟକାଳ ପୂରଣ କରିଥିଲେ, ସେହିଦିନ ଠାରୁ ନିୟମିତ ଶିକ୍ଷକର ମାନ୍ୟତାର ଆଦେଶନାମା ଜାରି କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଏବିଇଓ ତଥା ବିଆର୍‌ସିିସି ରୁଦ୍ରଦେବ ଷଡଙ୍ଗୀ, ଏବିଇଓ ମିନକେତନ ବରିହା, ବଡବାବୁ ତଥା ଭାରପ୍ରାପ୍ତ ସେକ୍ସନ ଅଫିସର ମାଧବ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏବିଇଓ ଶ୍ରୀ ଷଡଙ୍ଗୀ ଏବଂ ଏବିଇଓ ଶ୍ରୀ ବରିହା ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆଗାମୀ ଦିନରେ ଜଣେ ଜଣେ ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀ ହେବା ପାଇଁ ଉଦ୍‌ବୋଧନ ଦେଇଥିଲେ । ଖପ୍ରାଖୋଲ ୨୦୧୮ ବ୍ୟାଚ୍ ଶିକ୍ଷକ ସଂଘର ସଭାପତି ପ୍ରଦୀପ କୁମ୍ଭାର ଚୁକ୍ତିଭିତ୍ତିକ କଷ୍ଚଦାୟକ ସମୟକୁ ଚାକିରୀ ଜୀବନରେ କେବେ ଭୁଲି ହେବ ନାହିଁ ବୋଲି ମତ ରଖିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ କେକ୍ କାଟି ସମସ୍ତ ନୂତନ ଭାବେ ନିୟମିତ ହୋଇଥିବା ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କ ସହ ଖୁସି ମନାଇଥିଲେ । ଉପସଭାପତି ସୌଦାମିନୀ ବିଶି, ସଂପାଦକ ସୌମ୍ୟରଂଜନ ନାଏକ, କେଷାଧ୍ୟକ ପିଙ୍କୁ ସେଠ୍ ତଥା ସଂଘର ସମସ୍ତ କର୍ମକର୍ତ୍ତାଗଣ ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.