ଡେଲାଙ୍ଗ ମଣ୍ଡଳ ସହଶିକ୍ଷାଧିକାରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଡେଲାଙ୍ଗ ମଣ୍ଡଳ ସହଶିକ୍ଷାଧିକାରୀ ଶର୍ମିଷ୍ଠା ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହରେ ମଣ୍ଡଳ ଶିକ୍ଷାଧିକାରୀ ନୀରଞ୍ଜନ ପାତ୍ର ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ ଲକ୍ଷ୍ମଣ ପ୍ରଧାନ ସହଶିକ୍ଷାଧିକାରୀ, ଯୁଧିଷ୍ଠିର ପରିଡା ମଣ୍ଡଳ ସହ ଶିକ୍ଷାଧିକାରୀ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମିଟୁ କିଶୋର ପ୍ରଧାନ, ସମ୍ପାଦକ ସୂର୍ଯ୍ୟ ନାରାୟଣ ସେଠୀ, ସୁରେନ୍ଦ୍ର ନାଥ ନାୟକ, ଦିଗାମ୍ବର ରଥ, ନୀରଞ୍ଜନ ସାହୁ, ରମେଶ ପ୍ରଧାନ, ମଙ୍ଗୁଳି ସାର୍, ସରଳା ଦେଈ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅଭିମନ୍ୟୁ ପ୍ରଧାନ, ବିକ୍ରମ ପାତ୍ର, ବସନ୍ତ ସେଠୀ, ଦୁର୍ଯ୍ୟୋଧନ ପରିଡ଼ାଙ୍କ ସମେତ ସମସ୍ତ ସଂଯୋଜକ ଉପସ୍ଥିତ ରହିବା ସହିତ ଦପ୍ତରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ମାଡାମଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇଥିଲା । ସର୍ବଶେଷରେ ଯୁଧିଷ୍ଠିର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.