oom

ରାଜନୀତି ବିଜ୍ଞାନ ବିଭାଗୀୟ ଆଲୋଚନା ଚକ୍ର ଏବଂ ସ୍ୱାଗତ ସମାରୋହ

jsmm

ଖଡ଼ିଆଳ, (କେପିଏନ୍‌ଏସ୍‌) ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ନୂତନ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ବ୍ୟବସ୍ଥାକୁ ନେଇ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସୁନିଲ କୁମାର ପାଢୀ, ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ତରୁଣ କୁମାର ପ୍ରଧାନ, ଯୁକ୍ତ ୨ ଅଧ୍ୟକ୍ଷ, ଅଧ୍ୟାପକ ଡ. ରଣବୀର ସିଂ, ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା, ରାଜନୀତି ବିଜ୍ଞାନ ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଅଧ୍ୟାପିକ ଅର୍ପିତା ମଞ୍ଜରୀ ପଣ୍ଡା, ଅଧ୍ୟାପିକା ରୀତୁ ବାଗ ପ୍ରମୁଖ ଉପସ୍ଥିତ ରହି ୨୦୨୪ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ବିଷୟ ବସ୍ତୁ ଭିତିକ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଶେଷ ବର୍ଷର ସ୍ନାତା ପଣ୍ଡା, କ୍ରିଷ୍ଣା ମହାହୁତି, ତୃପ୍ତିମୟୀ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ବସନ୍ତ ଦଣ୍ଡସେନା, ତନ୍ମୟ ପ୍ରଧାନ ପରିଚାଳନା କରିଥିଲେ । ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଏବଂ ବିଭାଗୀୟ ମୁଖ୍ୟ ସୁନୀଲ କୁମାର ପାଢୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ ।

jittmm
Leave A Reply

Your email address will not be published.