ରାବଣ ପୋଡି ସହ ଜଗଦଲପୁର ଦୁର୍ଗାପୂଜା ସମାପ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ବର୍ଷ ଧରି ଚାଲୁଥିବା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଦୁର୍ଗା ପୂଜା ମହା ଆଡମ୍ବର ସହିତ ସମାପନ ହୋଇଯାଇଛି । ୬ ଦିନ ଧରି ଚାଲିଥିବା ଦୁର୍ଗା ପୂଜାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚନ୍ଦମାରି, ଜ୍ଞାନ ଭାରତୀ ଗୁରୁକୁଳର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରାମ ସୀତା ବେଶରେ ନଗର ପରିକ୍ରମା ଓ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅଷ୍ଟମୀ ଓ ନବମୀ ରାତ୍ରିରେ ବୂମ ଡାନ୍ସ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏ ବର୍ଷ ଦ୍ୱିତୀୟ ଥର କରି ଅନୁଷ୍ଠିତ ଚନ୍ଦମାରିରେ ବଡ଼ମହୁଲପାଳିର ଇନ୍ଦ୍ରଜିତ ସିଂ ସଫଳ ହୋଇଥିଲେ । ମା ବୀଣାପାଣି ସମ୍ପର୍ଦା ଧୌରଭଟା ଦଳ ନଗର ପରିକ୍ରମା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଦୁର୍ଗା ପୂଜା କମିଟିର ସଭାପତି ମଦନମୋହନ ପଟେଲ, ସମ୍ପାଦକ ହରେକୃଷ୍ଣ ପଟେଲ, ସହ ସମ୍ପାଦକ ଶଙ୍କର ସିଂ, ଆମୋଦ ପଟେଲ, କୃଷ୍ଣ ସାହୁ ଓ ଜ୍ଞାନ ଭାରତୀ ଗୁରୁକୁଳର ପ୍ରଧାନ ଶିକ୍ଷକ ସାଧୁ ଚରଣ ବରିହାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରଦୀପ ପଟେଲ, ଉମାକାନ୍ତ ବାଗ, ଭବାନୀ, ବନମାଳୀ ପଟେଲ, କୃଷ୍ଣ ପଟେଲ, ଦୁଃଖନାଶନ ନାୟକ, ଅନିଲ ପଟେଲ, ଦୈତାରୀ, ଗୁରୁମା ଭାରତୀ ସରାଫ, ତରଣୀ, ପ୍ୟାରୀ, ଅମୂଲ୍ୟ ପ୍ରମୁଖ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.