ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରିବେଣୀ ସଙ୍ଗମ ସ୍ଥଳୀ, ବେଦବ୍ୟାସ ପୀଠ, ରାଉରକେଲାଠାରେ ତ୍ରିତାପ ହରଣ ପଞ୍ଚ ଦିବସୀୟ ଶାନ୍ତି ମହାଯଜ୍ଞ ଓ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ପ୍ରଥମ ଦିବସରେ ଯଜ୍ଞ ମଣ୍ଡପ ପ୍ରତିଷ୍ଠା, ଶ୍ରୀ କଳସ ଶୋଭାଯାତ୍ରା, ଅଙ୍କୁରାରୋପଣ, ଯଜ୍ଞ ମଣ୍ଡପ ପରିକ୍ରମା, ଦ୍ୱିତୀୟ ଦିବସରେ ଆଳତୀ, ପ୍ରଭାତ ପରିକ୍ରମା ସହ ନାମ ମଣ୍ଡପେ ଅଖଣ୍ଡ ନାମଯଜ୍ଞ, ସନାତନୀ କେତନ ଉତ୍ତୋଳନ, ସ୍ମରଣିକା ଉନ୍ମୋଚନ ତଥା ପ୍ରାର୍ଥନା ଚାନେଲର ପ୍ରବକ୍ତା ପରିବ୍ରାଜକ ପ୍ରମୋଦ କୁମାର ପୃଷ୍ଟିଙ୍କ ପ୍ରବଚନ, ତୃତୀୟ ଦିବସରେ ବିଭିନ୍ନ ଉପଚାର ସହ ଋଦ୍ରାଭିଷେକ, ଯଜ୍ଞାହୁତି ପ୍ରଦାନ, ସ୍ୱର୍ଣ୍ଣକ୍ଷେତ୍ର ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘର ଭକ୍ତିବିନୋଦ ବିପିନ ବିହାରୀ ସାମଲ ଓ ଚଣ୍ଡିଗଡର ହିନ୍ଦୀ କଥାବାଚକ ଅନିଲ ଚାୱଲାଙ୍କ ପ୍ରବଚନ, ଚତୁର୍ଥ ଦିନ ଯଜ୍ଞର ବିଭିନ୍ନ ନୀତିକାନ୍ତି ସହ ସିଦ୍ଧାର୍ଥ ଭକ୍ତି ଓ ପ୍ରାର୍ଥନା ଚ୍ୟାନେଲର କୁନି ପ୍ରବଚକ କେଶବ ଦାସ ଦ୍ୱିତିକୃଷ୍ଣ, ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘର ସୁନିଲ ବାବା ଓରଫ ସତ୍ୟ ଚୈତନ୍ୟ ଦାସ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ । ପଞ୍ଚମ ତଥା ଶେଷ ଦିନରେ ଯଜ୍ଞ ପୂର୍ଣ୍ଣାହୁତି, ସନାତନୀ କେତନ ଅବତରଣ, ଶାନ୍ତି ପାଠ ସହ ବିରତି ଘୋଷଣା କରାଯାଇଥିଲା । ଏହି ଅବସରରେ ଦୁଇ ଦିନ ଧରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦାତାଙ୍କୁ ପୁରସ୍କୃତ କରାଯାଇଥିଲା । ବର୍ଷା ବାଧକ ତ୍ୱେ ସହସ୍ରାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯୋଗଦେଇଥିଲେ । ଅନୁଷ୍ଠାନ ତରଫରୁ ମଧ୍ୟାହ୍ନ ଓ ରାତିରେ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସଭାପତି କଳ୍ପତରୁ ବିଶ୍ୱାଳ, ଉପସଭାପତି ସୁଶାନ୍ତ ନାୟକ ଓ ରଶ୍ମିରଞ୍ଜନ ନାୟକ, ସମ୍ପାଦକ ରଜତ କୁମାର ମହାପାତ୍ର, ଗଙ୍ଗାଧର ଜେନା, ଭବେନ୍ଦ୍ର ମାଝୀ, ତିଲକ ଚନ୍ଦ୍ର ପ୍ରଧାନ, ବାଇଧର ପ୍ରଧାନ, ପ୍ରଶାନ୍ତ ଜେନା, ସତ୍ୟବାଦୀ ପାଣିଗ୍ରାହୀ, ସିଦ୍ଧାର୍ଥ ଦାସ, ବବିତା ମାଝୀ, କୁନି ପାଣିଗ୍ରାହୀ, ମୀରା ମହାପାତ୍ର, ପ୍ରମୋଦ ବେହେରା, ବିଜୟଲକ୍ଷ୍ମୀ ଜେନା, ନିରଞ୍ଜନ ସାହୁ, ଶିବପ୍ରସାଦ ବାରିକ, ଗୁରୁଦେବ ମହନ୍ତ, ସଞ୍ଜୟ ସାମଲ ପ୍ରମୁଖ ସହଯୋଗ କରିଥିଲେ ।

Next Post