
ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାକ୍ତନ ଫୁଟବଲ ଖେଳାଳି ତୁଳସୀ ମାହାତୋ ଦ୍ଵିତୀୟ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେକ୍ଟର ୨୧ସ୍ଥିତ ନୟାବଜାର ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ଆୟୋଜନର ମୁଖ୍ୟ ସମାଜସେବୀ ବନ୍ଦିତା ମାହାତୋଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ୧୨ଟି ଦଳ ଅଂଶଗ୍ରହଣ କରିଥିଲେ । ପୁରୁଷ ବିଭାଗରେ ବେଙ୍ଗଲ ଟାଇଗର ଦଳ ପାଣ୍ଡବ ଏଫସିକୁ ହରାଇ ଚମ୍ପିୟାନ ଟ୍ରଫି ସହ ନଗଦ ୩ହଜାର ଓ ପାଣ୍ଡବ ଏଫସିକୁ ରନର୍ସଅପ ଟ୍ରଫି ସହ ନଗଦ ୨ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ମହିଳା ଫୁଟବଲ୍ ପ୍ରତିଯୋଗିତା ରେ ଆରବିଏଫସି ଦଳ ଫାଇଟର କ୍ଲବକୁ ପରାସ୍ତ କରି ଚମ୍ପିୟାନ ଟ୍ରଫି ଓ ନଗଦ ୩ହଜାର ଓ ଫାଇଟର କ୍ଲବକୁ ରନର୍ସଅପ ଟ୍ରଫି ସହ ନଗଦ ୨ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ବନ୍ଦିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ବିଜେପିର ବରିଷ୍ଠ କର୍ମକର୍ତ୍ତା ସୂର୍ଯ୍ୟକାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ସମାଜସେବୀ ଗ୍ରେସି ଡେଭିଡ, ଦିପ୍ତି ସୁନ୍ଦରାୟ, କାର୍ତ୍ତିକ ରାଉତ, ଗରିମା ପତ୍ରି, ଶଶିଲତା, ଗୈାରୀ କୁମ୍ଭାର, ରାହୁଲ ମହାନ୍ତି, ନରେନ୍ଦ୍ର ସିଂ କଲ୍ଲା, ସୁମତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ସ୍ୱର୍ଗତ ତୁଳସୀ ମାହାତୋ ବନ୍ଦିତାଙ୍କ ପିତା ଅଟନ୍ତି । ସେ ଜଣେ ଫୁଟବଲ ଖେଳାଳି ହେବାସହ ଗ୍ରାମାଞ୍ଚଳରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଖେଳାଳିଙ୍କୁ ଲୋକଲୋଚନରେ ଆଣି ପାରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଆଖପାଖ ଅଂଚଳର ଶତାଧିକ ବ୍ୟକ୍ତି ଉପଭୋଗ କରିଥିଲେ । ଶେଷରେ ଆବାହକ ଶ୍ରୀମତୀ ମାହାତୋ ଧନ୍ୟବାଦ ଅର୍ପଣ କରିଥିଲେ ।