
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଲିଆମାଠାରେ ଥିବା ଶ୍ରୀ ଶ୍ରୀ ବିଶ୍ୱନାଥେଶ୍ୱର ମନ୍ଦିରର ନବଗ୍ରହ ଓ ସିଂହଦ୍ଵାରର ନବନିର୍ମିତ ବିଗ୍ରହ ପ୍ରତିଷ୍ଠା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଉକ୍ତ ଶୈବ ପୀଠର ସିଂହଦ୍ଵାର, ତୋରଣ, ମୁଖଶାଳା, ଉତ୍ତର ଦ୍ଵାରସ୍ଥ , ନବନିର୍ମିତ ନବଗ୍ରହ ଠାକୁରଙ୍କ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଷୋଡ଼ଶ ଉପଚାରରେ ପାଞ୍ଚଦିନ ବ୍ୟାପି ବିଧିବଦ୍ଧ ଭାବେ ନାନା ପୂଜାର୍ଚ୍ଚନା, ଘୃତଯଜ୍ଞ, ଅନ୍ନଯଜ୍ଞା ମଧ୍ୟରେ ସମାହିତ ହୋଇଯାଇଛି । ପଣ୍ଡିତ ଶ୍ରୀ ବାସୁଦେବ ମିଶ୍ରଙ୍କ ପୌରହିତ୍ୟରେ ପଣ୍ଡିତ ନୀଳକଣ୍ଠ ଶତପଥି ଓ ଟୁନା ଦାସ, ନରସିଂହ ଦାସ, ରାମଚନ୍ଦ୍ର ଦାସ, ଯଟ୍ଟେଶ୍ୱର ଦାସ ପ୍ରମୁଖ ବହୁ ପୂରହିତଙ୍କ ସକ୍ରୀୟ ପରିଚାଳନାରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଗ୍ରାମର ଶହଶ୍ରାଧିକ ମହିଳାଙ୍କ ଦ୍ୱରା ପୂର୍ଣ୍ଣକଳସ ଯାତ୍ରା ନଗର ପରିଭ୍ରମଣ ହୋଇ ଶ୍ରୀ ବିଶ୍ୱନାଥେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ଜଳପୂର୍ଣ୍ଣ କଳସ ସ୍ଥାପନ କରାଯାଇ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମ୍ୟ ମନ୍ଦିର କମିଟୀ ସଭାପତି ରାଜ କୁମାର ବସ୍ତିଆଙ୍କ ନେତୃତ୍ୱରେ ପାଞ୍ଚ ଦିନ ଧରି ଏହି ଯଜ୍ଞ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ପ୍ରଥମ ଦିବସରେ ଅଙ୍କୁରା ରୋପଣ, ମଣ୍ଡଳୀ କରଣ ଦ୍ୱତୀୟ ଦିବସରେ ଜଳ ଯାତ୍ରା, ଶାଲା ସଂସ୍କାର ପୂଜା ,ତୃତୀୟ ଦିବସ ଶାଲା ପୂଜା, ସିଂହ ବିଗ୍ରହ ପୂଜା, ଦେବତା ସ୍ନାନ, ପ୍ରାଣ ପ୍ରତିଷ୍ଠା, ଘୃତ ଯଜ୍ଞ, ସାଧୁସନ୍ଥ ମିଳନ, ମହନ୍ତ ଶ୍ରୀ ମନ୍ମଥ (ପୁରୀ) ମହାରାଜ ଓ ସନ୍ଥ ଙ୍କ ଆଗମନ, ଚତୁର୍ଥ ଦିବସରେ ନାମଯଜ୍ଞ, ଅନ୍ନ-ଯଜ୍ଞ, ଦେବତା ସିଂହାସନ ଆରୋହଣ, ଯଜ୍ଞ ପୂର୍ଣ୍ଣାହୁତି ଓ ଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରବଚକ ଭାବେ ବାବାଜୀ ଶ୍ରୀ ଧର୍ମାନନ୍ଦ ଦାସ, ନାମାଚାର୍ଯ୍ୟ ଦାସ , ଶ୍ରୀ ଲକ୍ଷ୍ମୀ ନାରୟଣ ଦାସଙ୍କ ସକ୍ରୀୟ ଯୋଗଦାନ କରିଥିଲେ । ଶେଷ ଦିବସରେ ନାମଯଜ୍ଞ ସମାପନ, ଦଧି ହାଣ୍ଡି ଭଙ୍ଗ, ନଗର କୀର୍ତ୍ତନ, ଯମୁନା ସ୍ନାନ ଆଦି କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟୀ ଉପ-ସଭାପତି ଭଗବାନ ପ୍ରଧାନ, ସାଧାରଣ ସମ୍ପାଦକ ଅନାଦି ନାହାକ ଓ ମନ୍ଦିର କମିଟୀ ସଦସ୍ୟ ସୁରେଶ ଚନ୍ଦ୍ର ନାହାକ, ଭଗବାନ ମଲ୍ଲିକ, ବିଜୟ ନାହାକ, ଶିବରାମ ବେହେରା, ସଞ୍ଜୟ କୁମାର ପ୍ରଧାନ, ନିରକାର ନାହାକ, ସେନାପତି ପ୍ରଧାନ, ବୃନ୍ଦାବନ ନାହାକ ଓ ଗ୍ରାମର ରବିନ୍ଦ୍ର ନାହାକ, ଡମ୍ବରୁ ନାହାକ, ବିପ୍ର ପ୍ରଧାନ, ମହେଶ୍ୱର ନାହାକ, ରମେଶ ନାହାକ, ରାମହରି ମଲିକ, ବାଇନାଥ ନାହାକ, ସୁଶାନ୍ତ ପ୍ରଧାନ ପ୍ରମୁଖଙ୍କ ସମେତ ଗ୍ରାମର ଶତାଧିକ ବ୍ୟକ୍ତିଙ୍କ ସକ୍ରୀୟ ସହଯୋଗ କରିଥିଲେ ।