ଲଘୁଚାପ ପ୍ରଭାବରେ ସାମାନ୍ୟ ବର୍ଷା : ଲୋକେ ଆଶ୍ୱସ୍ତି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ବ୍ଲକ ଅଞ୍ଚଳରେ ଶୁକ୍ରବାର ବର୍ଷା ହୋଇଛି । ବର୍ଷା ଯୋଗୁଁ ଲୋକଙ୍କୁ ଗରମ, ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି । ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢିବ । ଯାହାକି, ଶୁକ୍ରବାର ମଧ୍ୟାହ୍ନ ପରେ ପରେ ଅଞ୍ଚଳରେ ହୋଇଥିବା ସାମାନ୍ୟ ବର୍ଷାରୁ ଅନୁମାନ କରାଯାଉଛି । ପୂର୍ବରୁ ଏକାଧିକ ଥର କାଳ ବୈଶାଖୀରେ ବର୍ଷା ସହ ଝଡ଼, ତୋଫାନ, ବିଜୁଳି ଓ ଘଡ଼ଘଡ଼ି ମାରି ଲୋକଙ୍କୁ କଳବଳ କରୁଥିଲା । ବର୍ଷା କମ କ୍ଷତି ଗ୍ରସ୍ତ ହେଉଥିଲେ ଅଧିକ ଲୋକେ । ହେଲେ ଏହି ବର୍ଷା ଥିଲା ମୌସୁମିର ଆଗମନ, ନା ଥିଲା ବିଜୁଳି, କି ଘଡ଼ଘଡ଼ି ନା ପବନ, କେବଳ ବର୍ଷା ହିଁ ବର୍ଷା । ଫଳରେ ସମଗ୍ର ଅଞ୍ଚଳରେ ଟିକିଏ ଥଣ୍ଡା ପଡ଼ିବା ସହ ଗୁଳୁଗୁଳି କମିଛି । ବର୍ଷା ବଡ଼ ଧରଣର ହୋଇ ନଥିଲେ ସୁଦ୍ଧା ମାଟି ଭିଜିଛି । ଏହି ବର୍ଷାରେ ଧାନ ତଳି ଭଲ ହେବା ସହ ପନିପରିବା ଓ ହଳଦୀ ଚାଷୀଙ୍କୁ ଅନେକ ଫାଇଦା ଯୋଗାଇବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.