ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ରକ୍ତ ସମୂହ ପରୀକ୍ଷଣ ଓ କେମ୍ପସ୍ ସଫେଇ ଅଭିଯାନ ସମାରୋହ

ଧର୍ମଶାଳା, (କେପିଏନ୍‌ଏସ୍‌) : ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ ଧର୍ମଶାଳା, ସୁବର୍ଣ୍ଣପୁରରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଚାଲିଛି “କ୍ରୀଡ଼ା ସାମାଜିକ କାର୍ଯ୍ୟକଳାପ ଓ ସଂସ୍କୃତିର ମହାପର୍ବ -୨୦୨୩ ” ନାମରେ ନାମିତ କରାଯାଇଥିବା ଏହି ଉତ୍ସବର ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପର ଅଂଶ ସ୍ୱରୂପ ଆଜି ସକାଳ ୧୧.୩୦ ଘଟିକାରେ ଶତାଧିକ ଛାତ୍ରଛାତ୍ରୀଙ୍କର ମିଳିତ “ରକ୍ତ ସମୂହ ପରୀକ୍ଷଣ” କରିବା ସହିତ କେମ୍ପସ୍ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ଚିକିତ୍ସକ ଡାକ୍ତର ଗୌରୀଶଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନିଜ ରକ୍ତର ଗୃପ୍ ଜାଣିଲେ କଣ ସବୁ ଲାଭ ହୁଏ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଥିଲେ । ଏହା ପରେ ଶ୍ରୀମୟୀ ପାଥୋ କ୍ଲିନିକ୍, ସୁବର୍ଣ୍ଣପୁର ଦ୍ୱାରା ରକ୍ତର ଗୃପ୍ ପରୀକ୍ଷଣ କରାଯାଇଥିଲା । ସାମାଜିକ କାର୍ଯ୍ୟକଳାପର ତତ୍ୱାବଧାନ ଧାରକ ପ୍ରାଧ୍ୟାପକ ସୌମିତ୍ରି ପଧାନ ଓ ନୋଡ଼ାଲ୍ ଅଫିସର ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ତତ୍ୱାବଧାନରେ କେମ୍ପସ୍ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ଗୋବିନ୍ଦ ପଧାନ, ପ୍ରାଧ୍ୟାପିକା ନମିତା ରଥ, ଅଧ୍ୟାପକ ସତ୍ୟନାରାୟଣ ମହାକୁଡ଼, କାଶୀନାଥ ମିଶ୍ର, ଗଦାଧର ପଧାନ ଓ ନୀଳାମ୍ବର ପଧାନ ପ୍ରମୁଖଙ୍କର ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.