ଶିକ୍ଷୟିତ୍ରୀ ସଙ୍ଗୀତା ସାହୁ ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସଙ୍ଗୀତା ସାହୁଙ୍କୁ ଶ୍ରୀ ଧବଳେଶ୍ଵର ମହା ଶିବରାତ୍ରୀ ମହୋତ୍ସବ କମିଟିର ଭୂତିବାହାଲ ଦ୍ୱାରା ଶିକ୍ଷକ ଗୌରବ ସମ୍ମାନ ୨୦୨୫ରେ ସମ୍ମାନିତ ହୋଇଛନ୍ତି । ସଭାପତି ଶିବ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ବରଗଡ ସାଂସଦ ପ୍ରଦୀପ ପୁରୋହିତ ପୁଷ୍ପମାଲ୍ୟ ଉପଢୌକନ ଓ ମାନପତ୍ର ଦେଇ ସଙ୍ଗୀତା ସାହୁଙ୍କୁ ଶିକ୍ଷକ ଗୌରବ ସମ୍ମାନ ୨୦୨୫ରେ ସମ୍ମାନିତ କରିଥିଲେ । ଜୁନିୟର ଫେଲୋସିପ (ଲୋକବାଦ୍ୱ୍ୟ) ପାଇଥିବା କୈଳାଶ ମାଝୀ ଓ ଅବସର ପ୍ରାପ୍ତ ଶିକ୍ଷକ ମୀନକେତନ ସାହୁଙ୍କୁ ମଧ୍ୟ ମୁଖ୍ୟଅତିଥି ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ପରେ ମୁଖ୍ୟ ଅତିଥି ଶ୍ରୀ ପୁରୋହିତ, ମଞ୍ଚାସୀନ ଅତିଥି ରାଜ କିଶୋର ସାହୁ, ରଞ୍ଜନ କୁମାର ପଣ୍ତା, ଶ୍ରୀକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଏକଲକ୍ଷ ଦୀପ ଓ ପାଞ୍ଚ ଶହ ଅଖଣ୍ଡ ଦୀପ ଅର୍ପଣ କାର୍ଯ୍ୟକ୍ରମରେ ଭାଗନେଇ ଦେବାଧି ଦେବ ମହାଦେବଙ୍କୁ ମହାଦୀପ ଅର୍ପଣ କରିଥିଲେ ।

Leave A Reply

Your email address will not be published.