ହ୍ୟୁମାନିଟୀ ସମ୍ମାନରେ ସମ୍ମାନିତ ହେଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜେଲର, ରତିକାନ୍ତ ଶୁକ୍ଳା ।

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବ ଉତ୍ତମ ଜେଲର ଉତ୍କର୍ଷ ସେବା ପାଇଁ ରାଷ୍ଟ୍ରପତି ସମ୍ମାନ ପାଇ ଆମ ସହର ରାଉରକେଲା ପାଇଁ ଗର୍ବ ଓ ଗୌରବ ଅଧିକାର କରିଛନ୍ତି ଜେଲର ରତିକାନ୍ତ ଶୁକ୍ଳା । ଆଜି ହ୍ୟୁମାନିଟୀ ଫାଉଣ୍ଡେସନ ତରଫରୁ ରତିକାନ୍ତ ଶୁକ୍ଲାଙ୍କୁ ଭବ୍ୟ ସ୍ୱାଗତ ଜଣାଇବାସହିତ ହ୍ୟୁମାନିଟୀ ସମ୍ମାନରେ ସମ୍ମାନିତ କରାଯାଇଅଛି । ଜେଲ୍ ସୁପେରିଟେଣ୍ଡେନ ଜୀବନ ସିଂ ମୁଣ୍ଡା, ସ୍ଵାଧୀନ କୁମାର ମହାନ୍ତି ଓ ସୁଶ୍ରି ସ୍ୱାଗତିକା ଦାସଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା । ଫାଉଣ୍ଡେସନ ତରଫରୁ ଜେଲ୍ ପରିସରକୁ ଏକ କମ୍ପ୍ୟୁଟର- ମନିଟର ଅଫିସ କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଥିଲା । ଜେଲର ଶ୍ରୀ ଶୁକ୍ଲା ହ୍ୟୁମାନିଟି ଫାଉଣ୍ଡେସନକୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦ ହୁମନିଟୀ ଫାଉଣ୍ଡେସନର ପ୍ରେସିଡେଣ୍ଟ ଦୀପ୍ତି ସୁନ୍ଦରାୟ, ସମ୍ପାଦିକା ଲିନା ତ୍ରିପାଠୀ, ସହ ସଂପାଦିକା ଶୁଭ ଲକ୍ଷ୍ମୀ ପାତ୍ର, ଉପଦେଷ୍ଟା ସୁଶ୍ରୀ ଗ୍ରେସି ଡେଭିଡ , ଆଇନ ଯିବି ଗରିମା ପତ୍ରୀ , ସସ୍ମିତା ପାତ୍ର, ଓ ପ୍ରତିଷ୍ଠାତା ବିଜୟ ସୁନ୍ଦରାୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.