jittmm
sonalika

ଭାରତୀୟ ବୀର ଯବାନଙ୍କୁ ସମ୍ମାନ ଜଣାଇ ଅମ୍ବାଦଳାରେ ବିଜେପି ପକ୍ଷରୁ ପରାକ୍ରମ ଶୋଭାଯାତ୍ରା

ମୁନିଗୁଡା, (ରମାକାନ୍ତ ପୋଡ଼ାଲ) : ଭାରତୀୟ ବୀର ଯବାନଙ୍କୁ ସମ୍ମାନ ଜଣାଇ ମୁନିଗୁଡା ବ୍ଲକ ଅମ୍ବାଦଳା ସହରରେ ବିଜେପି ମଣ୍ଡଳ ସଭାପତି ଅନନ୍ତ ମାଲଦୋରାଙ୍କ ନେତୃତ୍ୱରେ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ଅମ୍ବାଦଳା ଶାନ୍ତି ଛକଠାରୁ ବାହାରି ସହର ପରିକ୍ରମା କରିଥିଲେ । ନାରୀଙ୍କ ମଥାରୁ ସିନ୍ଦୂର ପୋଛିଥିବା ପାକିସ୍ଥାନ ପ୍ରୋତ୍ସାହିତ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ହୋଇଥିବା ଅପରେସନକୁ ‘ଅପରେସନ୍ ସିନ୍ଦୂର’ ଭାବେ ନାମିତ କରିବା ଦେଶର ପ୍ରତିଟି ମହିଳାଙ୍କୁ ସମ୍ମାନିତ କରିଛି । ଅପରପକ୍ଷରେ ପାକିସ୍ଥାନରେ ପଶି ଆତଙ୍କୀ ନିପାତ କରିବାରେ ଭାରତୀୟ ବୀର ଯବାନଙ୍କ ପରାକ୍ରମ ବିଶ୍ଵ ଦେଖିଛି । ଏହି ତ୍ରିରଙ୍ଗା ଯାତ୍ରାରେ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଓ ବହୁ ସହଯୋଗୀଙ୍କ ସହ ବିଜେପି ନେତା ଭିକାରୀ ନାହାକଙ୍କ ସମେତ ବହୁ ବିଜେପି ବରିଷ୍ଠ ନେତା କର୍ମୀ ଏହି ଅନନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.