jittmm
sonalika

ନିଃସ୍ୱାର୍ଥ ସେବା ପାଇଁ ଅହଲ୍ୟା ବଗର୍ତିଙ୍କୁ ସମ୍ମାନ ଜନକ ଡକ୍ଟରେଟ୍ ଆୱାର୍ଡ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ବାଦୀକଟା ଗ୍ରାମର ଅହଲ୍ୟା ବଗର୍ତ୍ତୀ ସେବା ଓ ଖେଳ ପାଇଁ ସମ୍ମାନ ଜନକ ଡକ୍ଟରେଟ ଆୱାଡ୍ ପାଇଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପଞ୍ଜିକୃତ “ୱାର୍ଲଡଚାରିଟି ୱାଲଫେୟାର ଫାଉଣ୍ଡେସନ”ନୁଆଦିଲ୍ଲୀ ପକ୍ଷରୁ ଏହି ଆୱାର୍ଡ ତାଙ୍କୁ ପ୍ରଦାନ କରାଯାଇଛି । ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଭବ୍ୟ ସମାରୋହରେ ଫାଉଣ୍ଡେସନର ପରିଚାଳନା କର୍ମକର୍ତ୍ତା ଏବଂ ବିଭିନ୍ନ ଅତିଥି ରହି ମାନପତ୍ର, ଉତ୍ତରୀୟ ସହିତ ମେଡାଲ ପ୍ରଦାନ କରି ଏତେ କମ ବୟସରୁ ସେବା ପାଇଁ ଅଣ୍ଟା ଭିଡି ଥିବାରୁ ଅହଲ୍ୟାଙ୍କୁ ପ୍ରଶଂସା କରିଥିଲେ । ଅହଲ୍ୟା ଏହି ଆୱାର୍ଡ ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ତଥା ସୁଭେଚ୍ଛାର ସୁଅ ଛୁଟୁଥିବାର ଦେଖିବାକୁ ମିଳୁଛି ।

Leave A Reply

Your email address will not be published.