
ଭୁବନେଶ୍ୱର : ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହେବା ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ । ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ଏ ସରକାର ପ୍ରଚାର ପ୍ରସାର ସହ ଭାଷଣବାଜି ସରକାର । ଅନ୍ତ୍ୟୋଦୟ ଗୃହ ଯୋଜନା କେବଳ ପ୍ରଚାର ପାଇଁ । ଏହା କେତେ ମାତ୍ରାରେ ସଫଳ ହେବ ତାହା ସନ୍ଦେହରେ । କାରଣ ଏହାର ଗାଇଡ଼ ଲାଇନ ବିଭିନ୍ନ ସମୟରେ ବଦଳୁଛି । ସର୍ଭେ ମଧ୍ୟ ଠିକ୍ରେ ହୋଇନି । ପ୍ରକୃତ ହିତାଧିକାରୀଙ୍କୁ ଘର ମିଳିବା ଉଚିତ ବୋଲି ପ୍ରଦୀପ ଦିଶାରୀ କହିଛନ୍ତି । ସେପଟେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଭୂମିହୀନ ମାନଙ୍କୁ ସରକାର ଘର ଦିଅନ୍ତୁ । କିନ୍ତୁ ରାଜ୍ୟରେ କେତେ ଭୂମିହୀନ ଲୋକ ଅଛନ୍ତି, ସରକାରଙ୍କ ପାଖରେ ସେ ତଥ୍ୟ ଅଛି ତ ବୋଲି ସେ ପ୍ରଶ୍ନ କରିଛନ୍ତି । ଭୂମିହୀନ ଘର ପାଇବେ ନା, ଯୋଜନା କେବଳ ଯୋଜନାରେ ରହିବ ବୋଲି ଭକ୍ତ ଦାସ କହିଛନ୍ତି ।