କଣ୍ଟାବାଞ୍ଜି ଆମ୍‌ ଆଦ୍‌ମୀ ପାର୍ଟିର ତୀବ୍ର ପ୍ରତିକ୍ରିୟା : ଖବରଦାତା ସମ୍ମିଳନୀରେ କଲେ ସମାଲୋଚନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଚଳିତ ୨୦୨୪ ସାଧାରଣ ନିର୍ବାଚନୀରେ ନାମାଙ୍କନ ପାଇଁ କଣ୍ଟାବାଞ୍ଜି ୭୦ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ଅଧିକାରୀ ବିଭିନ୍ନ ରାଜନୈତିକ ଦଳକୁ ୨୪. ୪. ୨୦୨୪ରେ ପ୍ରସ୍ତୁତି ବୈଠକ ପାଇଁ ଗତ ତା. ୨୩. ୪. ୨୦୨୪ରୀଖ ଦିନ ଚିଠି ନଂ.୧୨୬ / ଇଲେକ୍ସନ୍‌ ପତ୍ର ଯୋଗେ ଜଣାଇଥିଲେ । ଏହି ପତ୍ରରେ ଆମ୍‌ ଆଦ୍‌ମୀ ପାର୍ଟି, ବହୁଜନ ସମାଜ ପାର୍ଟି, ଭାରତୀୟ ଜନତା ପାର୍ଟି, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ, (ମାର୍କିଷ୍ଟ), ଇଣ୍ଡିଆନ ନେଶ୍ନାଲ କଂଗ୍ରସ ଓ ବିଜୁ ଜନତା ଦଳର କର୍ମକର୍ତାଙ୍କୁ ଚିଠି ଦେଇଥିଲେ । ଏହି ସଭାଟି ସ୍ଥାନୀୟ ପି. ଡବ୍ଲୁ. ଡି. ଡାକ ବଙ୍ଗଳାରେ ହେବାର ସ୍ଥିରିକୃତ ହୋଇଥିଲା । କିନ୍ତୁ ଏହି ସଭାଟି କଣ୍ଟାବାଞ୍ଜି ୭୦ ନିର୍ବାଚନ ମଣ୍ଡଳୀର ରାଜନୈତିକ ଦଳ ପାଇଁ ଲେଖିବା ପରିବର୍ତ୍ତେ ଟିଟିଲାଗଡ-୬୯ ଲେଖାଯାଇଥିଲା । ଫଳରେ କୌଣସି ରାଜନୈତିକ ଦଳ ସଭାକୁ ଆସି ନଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟିର ବିଧାୟକ ପ୍ରାର୍ଥି ସୁରଥ ବେହେରା ସଭାରେ ଉପସ୍ଥିତ ରହି କଣ୍ଟାବାଞ୍ଜି ପରିବର୍ତ୍ତେ ଟିଟିଲାଗଡ ଲେଖି କଣ୍ଟାବାଞ୍ଜିରେ ନିର୍ବାଚନୀ ପ୍ରସ୍ତୁତି ବୈଠକ କରିବାର କି ପ୍ରକାର ରହସ୍ୟ ରହିଛି ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି । ଏପରିକି ଟିଟିଲାଗଡର ସଭା କଣ୍ଟାବାଞ୍ଜିରେ କାହିଁକି କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ଏପରି ଭୁଲ ତଥ୍ୟ ପାଇଁ ରାଜନୈତିକ ଦଳ ଉଚିତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଶ୍ରୀ ବେହେରା ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.