
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସାରନଗରୀ, ସେକ୍ଟର ୨୨ର ଶ୍ରୀ ଜଗନ୍ନାଥ ମନ୍ଦିର ଓ ଶ୍ରୀ ଗୁଣ୍ଡିଚା ମନ୍ଦିର ର ଏକ ନୂତନ ପରିଚାଳନା କମିଟି ଗଠନ ଓ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ହୋଇଥିବା ନିଷ୍ପତ୍ତି ରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସମାଜସେବୀ ପି ପି ରାୟ । ସେ ସେଥିପାଇଁ ଆଜି ହୋଟେଲ ସୋଲାସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି । ଯେ ଏସମ୍ପର୍କରେ ଗତ ମଇ ମାସ ୮ ତାରିଖ ଓ ଚଳିତ ଜୁନ ୧୯ ତାରିଖ ରେ, ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇଥିଲା । ସେଥିପାଇଁ ଗତ ଜୁନ ୧ ତାରିଖ ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାନପୋଷ ଉପଜିଲ୍ଲାପାଳଙ୍କ ଆବାହକତ୍ଵରେ ଏକ ବୈଠକ ଆହୁତ ହୋଇଥିଲା । ତେବେ ଏହି ବୈଠକରେ ବରିଷ୍ଠ ଆଧ୍ୟାତ୍ମିକବାଦୀ ଜନସାଧାରଣଙ୍କୁ ସାମିଲ ନକରି ସେହି ପୁରୁଣା କମିଟି ହାତରେ ଦାୟିତ୍ଵ ଅର୍ପଣ କରିବାରୁ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । କାରଣ ମନ୍ଦିର ଗୁଡ଼ିକରେ ନୀତି କାନ୍ତି ଠିକଭାବେ ପାଳନ ନହେବା, ଆଧ୍ୟାତ୍ମିକ ପରିବେଶକୁ ନଷ୍ଟ କରିବା ନେଇ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା । ଏପରି ସ୍ଥଳେ ପୁନର୍ବାର ସେହି କମିଟି ହାତରେ ଦାୟିତ୍ଵ ଦେବାରୁ ଅସନ୍ତୋଷ ଦେଖାଦେଇଥିଲା । ପୁନଃରାୟ ଶ୍ରୀ ରାୟ ନେତୃତ୍ବରେ ଆଧ୍ୟାତ୍ମିକବାଦୀ ମାନେ ଏହି ସମ୍ପର୍କରେ ଓ ଆଗାମୀ ଘୋଷଯାତ୍ରା ପାଇଁ ଏକ ସାର୍ବଜନୀନ ଖୋଲା ବୈଠକରେ ସ୍ଥାୟୀ କମିଟି ଗଠନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆବେଦନ କରିଥିଲେ । ଆବେଦନ ପତ୍ରରେ ଯେଉଁ ମାନଙ୍କ ନାମରେ ମନ୍ଦିର ପରିସରର ଆଧ୍ୟାତ୍ମିକ ପରିବେଶକୁ ନଷ୍ଟ ଭ୍ରଷ୍ଟ କରି, ମଦ୍ୟପାନ କରି ବ୍ୟବସାୟୀ କରଣ ଓ ରାଜନୀତି କରଣ କରିବା ପାଇଁ ଅପସଂସ୍କୃତି କାର୍ଯ୍ୟକ୍ରମ କରୁଥିଲେ, ଯେଉଁ ମାନଙ୍କ ନାମରେ କେଶ ୧୦୭ ଧାରା ଲଗାଯାଇଛି, ସେହି ମାନଙ୍କୁ ପୁନର୍ବାର ବୈଠକରେ ପ୍ରାଧାନ୍ୟ ଦେଇ ଆଲୋଚନା ନକରି, ଭୋଟ କରିବା ପାଇଁ ହାତଟେକା ଅସ୍ଥାୟୀ କମିଟି ଗଠନ କରିବାକୁ ପ୍ରୟାସ କରାଗଲା । କିନ୍ତୁ ଏ ଯେଉଁ ଧାରାରେ ବୈଠକ ହେଲା, ତାକୁ ଅନେକ ବରିଷ୍ଠ ତଥା ଆଧ୍ୟାତ୍ମିକ ପ୍ରେମୀ ଜନସାଧାରଣଙ୍କ ଦ୍ୱାରା ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା ଏବଂ ଦାବି କରିଥିଲେ ଯେ ମାଇକ ମାଧ୍ୟମରେ ସମ୍ପୁର୍ଣ୍ଣ ଦକ୍ଷିଣ ରାଉରକେଲାର ଭକ୍ତ ସମୁହକୁ ଅବଗତ କରିବା ସଙ୍ଗେ ସଙ୍ଗେ ଏକ ସାଧାରଣ ସ୍ଥାନରେ ପୁନର୍ବାର ବୈଠକ ଅନୁଷ୍ଠିତ । କରି ଏଭଳି ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ଉପାୟରେ ଗଠନ କରାଯାଇଥିବା କମିଟିକୁ ଅସିଦ୍ଧ ଘୋଷଣା କରି, ଲୋକପ୍ରିୟ ଜିଲ୍ଲାପାଳ ଉପସ୍ଥିତ ରହି ଏକ ମୁକ୍ତ ଓ ନିରପେକ୍ଷ କମିଟି ଗଠନ କରି ପବିତ୍ର ରଥଯାତ୍ରା କାର୍ଯ୍ୟ ସମ୍ପନ୍ନ କରିବାକୁ ନିବେଦନ କରାଯାଇଥିଲା । ଏ ସମ୍ପର୍କରେ ଗତ୪ ତାରିଖରେ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ରାଜସ୍ୱଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ରଘୁନାଥପାଲି ବିଧାୟକ, ସୁନ୍ଦରଗଡ ଜିଲ୍ଲାପାଳ, ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତି କରାଯାଇଥିଲା । ତେବେ କୈାଣସି ପଦକ୍ଷେପ ନିଆଯିବାରୁ ଏହି ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ଏଥିରେ ପାନପୋଷ ଉପଜିଲ୍ଲାପାଳଙ୍କ ଭୂମିକା ସନ୍ଦେହ ଘେରରେ ଥିବା ଶ୍ରୀ ରାୟ ଅଭିଯୋଗ କରିଥିଲେ । ଏସମ୍ପର୍କରେ ୨୦୧୧ ମସିହାରେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି, ତତ୍କାଳୀନ ଜିଲ୍ଲାପାଳ ରୂପାରୋଶନ ସାହୁ ଓ ଦେବୋତ୍ତର ବିଭାଗର ମୁଖ୍ୟଙ୍କ ମିଳିତ ଆଦେଶରେ ଜଗନ୍ନାଥ ସଂସ୍କୃତିର ପରମ୍ପରା ଏବଂ ବିଧି ଅନୁଯାୟୀ ଜଣେ ଲୋକ ଛେରାପହଁରା କରିବା କଥା । କିନ୍ତୁ ସାରନଗରୀ ରେ ଏହାର ବ୍ୟତିକ୍ରମ ଦେଖାଯାଉଛି । ସାରନଗରୀ ଜଗନ୍ନାଥ ମନ୍ଦିରରେ ସ୍ମୃତି ରଞ୍ଜନ ମିଶ୍ର ଓ ସୁଦର୍ଶନ ବଳ ଦୁଇଜଣ କେଉଁ ହିସାବରେ ପାଟରାଜା ଦାୟିତ୍ଵ ତୁଲାଉଛନ୍ତି ? ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶରେ କେବଳ ସ୍ମୃତି ରଞ୍ଜନ ମିଶ୍ର ସେବା କରିବା କଥା । କିନ୍ତୁ ଉପଜିଲ୍ଲାପାଳଙ୍କ ମନମର୍ଜିରେ ଶ୍ରୀ ବଳଙ୍କୁ ଏହି ଦାୟିତ୍ୱଦିଆଯାଇ କୋର୍ଟର ଆଦେଶକୁ ଅବମାନନା କରାଯାଉଥିବାରୁ ଉଭୟ ଉପଜିଲ୍ଲାପାଳ ଓ ଶ୍ରୀ ବଳଙ୍କ ନାମରେ କୋର୍ଟ ଅବମାନନା କେଶ ଋଜ୍ଜୁ କରାଯିବ ବୋଲି ଶ୍ରୀ ରାୟ ଦୃଢ଼ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ ରାଉରକେଲା ଓ ଫର୍ଟିଲାଇଜରରେ ୩୨ ଟି ଜଗନ୍ନାଥ ମନ୍ଦିର ରହିଛି । ସବୁ ମନ୍ଦିର ଗୁଡ଼ିକରେ ଜଣେ ଜଣେ ପାଟରାଜା ସେବା କରୁଥିବା ବେଳେ କେବଳ ଫର୍ଟିଲାଇଜରରେ ନିୟମ ବିରୁଦ୍ଧ ଦୁଇଜଣ ପାଟରାଜା ସେବା କରୁଛନ୍ତି । ଯାହା ଅନ୍ୟ ସ୍ଥାନରେ ଦେଖାଯାଏ ନାହିଁ । ତେବେ ଯାହା ହେଉ, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଏବେ କୋଏଲ ନଗର ଓ ଏହାର ଗୁଣ୍ଡିଚା ମନ୍ଦିରରେ ପାଟ ରାଜା ଦାୟିତ୍ଵ ତୁଲାଉଥିବା ବେଳେ ସାରନଗରୀରେ ଦୁଇଜଣଙ୍କୁ ଦାୟିତ୍ଵ ଦେଇ ନିୟମର ଅବମାନନା କରିଛନ୍ତି ବୋଲି ଶ୍ରୀ ରାୟ ସୂଚନା ଦେବା ସହ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।