
ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଦ୍ଵାରା ସେକ୍ଟର ୫ ସ୍ଥିତ ଗୋଲଘରଠାରେ ଥିବା ବିଦ୍ୟାଳୟରେ ମରାମତି କାର୍ଯ୍ୟ କରାଯାଇଛି । ଗତ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଷ୍ଟିଲ ସିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ୩ଟି ଗୃହର ମରାମତି କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଏହି ବିଦ୍ୟାଳୟର ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ଷ୍ଟିଲ ସିଟିର ସଦସ୍ୟମାନେ ଆର୍ଥିକ ସହାୟତା ଯୋଗାଇ ଥାଆନ୍ତି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ରୋଟାରୀଆନ ସୀମାଦେବ ଭୌମିକ, ରୋଟାରିଆନ ହର୍ଷିଲା ସୂର୍ଯ୍ୟବଂଶୀ, ରୋଟାରିଆନ ପ୍ରୀତି
କୌର, ରୋଟାରିଆନ ସନ୍ଧ୍ୟା ସାହୁ, ରୋଟାରିଆନ ଚମ୍ପାବତୀ ଅମାତ, ରୋଟାରିଆନ ରଶ୍ମି ନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ଅନ୍ୟ ଏକ କାର୍ଯ୍ୟକ୍ରମରେ ବାଳସୁଧାର ଗୃହରେ ଦ୍ଵିଦିବସୀୟ ଚିତ୍ରକଳା ଏବଂ ବର୍ଜ୍ୟବସ୍ତୁ ଉପରେ କାରିଗରୀ କୌଶଳ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଚିତ୍ରକଳା ଶିକ୍ଷୟିତ୍ରୀ ସୁନିତା ସାମଲ ଏବଂ ଗୀତା ସାହୁ ଅନ୍ତେବାସୀମାନଙ୍କୁ ରଙ୍ଗ ଓ ତୁଳୀ ସାହାଯ୍ୟରେ ବିଭିନ୍ନ ପ୍ରକାରର ଚିତ୍ରକଳା ଶିଖାଇଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରିଆନ ପ୍ରତିଭା, କୁଲଜିତ, ଅସୀମା, ରଶ୍ମି ଦାସ, ପ୍ରୀତି ଓ ଉଭୟ କାର୍ଯ୍ୟକ୍ରମରେ ରୋଟାରିଆନ ସଭାପତି ପୁତୁଲ ରାହୁଲ, ସମ୍ପାଦକ ଅର୍ଚ୍ଚନା ମହାନ୍ତି, ଉପଦେଷ୍ଟା ଡ଼ଃ ଅଞ୍ଜନା ମୈତ୍ର, ସୁଚିସ୍ମିତା ବିଶ୍ଵାସ, ଚନ୍ଦନ ବିଶ୍ଵାସ, ବିଭୁ ନାୟକ, ଦିଲିପ ଭୁଇ, କାବେରୀ ବାନାର୍ଜୀ, ଆନାବେଲ
ଡିସୌଜା, ମନିଦୀପା, ପ୍ରଶାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।