ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଜନନୀ ଓ ଶିଶୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଫର୍ଟିଲାଇଜର ବାଲିଯୋଡି ଏବିସି କ୍ଲବ୍ ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରୋଟାରୀଆନ୍‌ ପ୍ରଶାନ୍ତ ରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ରୋଟାରୀଆନ୍‌ ବସନ୍ତ କୁମାର ତନ୍ତୀଙ୍କ ତଥା କାର୍ଯ୍ୟକ୍ରମର ଅଧ୍ୟକ୍ଷା ଡ. ମୀନତି ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟାରୀଆନ୍‌ ଅର୍ଚ୍ଚନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମା’ମାନେ ପୃଥିବୀର ଶ୍ରେଷ୍ଠ ଗୁରୁ ବୋଲି ମତ ରଖିଥିଲେ । ରୋଟାରୀଆନ୍‌ ଅଜିତ ମୋହନ ପୂଝାରୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଡ. ପଣ୍ଡା ଗର୍ଭାବସ୍ଥାରେ ଶିଶୁଙ୍କ କିପରି ସୁସ୍ଥ ଜୀବନଶୈଳୀ ଓ ଯତ୍ନ ନେବେ ସେ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ମା ଓ ଶିଶୁଙ୍କୁ ପ୍ରୋଟିନ୍‌ ନ୍ୟୁଟ୍ରେସନ ପାଉଡର୍‌, ଶିଶୁଙ୍କ ପାଇଁ ମଶାରୀ ଓ ଜଳଖିଆ ବଣ୍ଟନ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ଅଙ୍ଗନୱାଡ଼ି କର୍ମୀ କଂସାଇ ମୁର୍ମୁ, ମନ୍ଦାନୀ ମୁର୍ମୁ ଓ ସୀତା ମୁର୍ମୁଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ସଭାପତି ଶ୍ରୀ ପାତ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଆବଶ୍ୟକତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ରୋଟାରୀଆନ୍‌ ଅର୍ଚ୍ଚନା ଦେବତା, ଡ. ସଞ୍ଜୁକ୍ତା ପତି, କାଜଲ ପାଢ଼ୀ, ସଞ୍ଜୟ ମହାନ୍ତି, ବିଘ୍ନେଶ ପତି, ପ୍ରଦ୍ୟୁମ୍ନ ବିଶ୍ୱାଳ, ଅନିତା ନାୟକ ପ୍ରମୁଖ ରୋଟାରୀଆନ୍‌ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ରୋଟାରୀଆନ୍‌ ଶ୍ରୀ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.